ପର୍ଯ୍ୟଟନର ବିକାଶ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଲା ହାରୋ

Advertisment
ପର୍ଯ୍ୟଟନର ବିକାଶ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଲା ହାରୋ

ଭୁବନେଶ୍ବର : ହୋଟେଲ୍‌ ଆଣ୍ଡ୍‌ ରେସ୍ତୋଁରା ଆସୋସିଏସନ୍‌(ହାରୋ) ପକ୍ଷରୁ ପଞ୍ଚମ ଓଡ଼ିଶା ପର୍ଯ୍ୟଟନ କନ୍‌କ୍ଲେଭ୍‌ ଗତ ଫେବ୍ରୁଆରି ମାସରେ ଅନୁଷ୍ଠିତ ହୋଇଥିଲା। ଏହି କନ୍‌କ୍ଲେଭ୍‌ରେ ବାହାରିଥିବା ନିଷ୍କର୍ସକୁ ଭିତ୍ତି କରି ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଛି।

ବୁଧବାର ଦିନ ହାରୋର ସଭାପତି ଜେ କେ ମହାନ୍ତି ଓ ଅନ୍ୟ କର୍ମକର୍ତ୍ତାମାନେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଭେଟି ଏହି ପ୍ରସ୍ତାବ ସମ୍ବଳିତ ଏକ ପୁସ୍ତିକା ପ୍ରଦାନ କରିଥିଲେ। ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ଓ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ କନ୍‌କ୍ଲେଭ୍‌ରେ ପର୍ଯ୍ୟଟନ ବିଶେଷଜ୍ଞ, ହୋଟେଲିୟର୍‌, ଟ୍ରାଭେଲ୍‌ ଏଜେଣ୍ଟ୍‌, ଟୁର୍‌ ଅପରେଟର୍‌, ପରିବେଶବିତ୍‌ମାନେ ଯୋଗ ଦେଇ ରାଜ୍ୟର ପର୍ଯ୍ୟଟନର ବିକାଶ ପାଇଁ ମତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe