ହାଟଡିହି ତହସିଲ୍‌ ଘଟଣା: ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

ଆର୍‌ଡବ୍ଲୁଏସ୍‌ଏସ୍‌ ଟେଣ୍ଡର ଫିକ୍ସିଂ ମାମଲା: ଆଜି ୩ଜଣ ଲୋକାୟୁକ୍ତରେ ହାଜର ହେବେ

Telegraph India

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲରେ ଜାଲ୍ ରସିଦ ଦେଇ ଅର୍ଥ ତୋସରପାତ ଘଟଣାର ତଦନ୍ତ କରିବ ଭିଜିଲାନ୍ସ। ତିନିମାସ ମଧ୍ୟରେ ତଦନ୍ତ ସାରି ଲୋକାୟୁକ୍ତଙ୍କ ପାଖରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ‌ଦିଆଯାଇଛି। ଏହି ଘଟଣାରେ ଅର୍ଥ ତୋସରପାତ ହୋଇଥିବା ନେଇ ପ୍ରାରମ୍ଭିକ ତଦନ୍ତରେ ପ୍ରମାଣ ମିଳିଥିବା ଲୋକାୟୁକ୍ତ ସ୍ପଷ୍ଟ କରିଛନ୍ତି।

ପୂର୍ବରୁ ଏହି ଘଟଣାରେ ବାରମ୍ବାର ରାଜସ୍ବ ମନ୍ତ୍ରୀଙ୍କ ମତ ଲୋଡ଼ିଥି‌ଲେ ଲୋକାୟୁକ୍ତ। ରାଜସ୍ବ ମନ୍ତ୍ରୀ ନିଜ ମତ ନ ରଖିବାରୁ ମାର୍ଚ୍ଚ ୨୫ରେ ଶୁଣାଣି ହୋଇଥିଲା। ଏହାପରେ ଶେଷଥର ପାଇଁ ରାଜସ୍ବ ବିଭାଗକୁ ଲୋକାୟୁକ୍ତ ସମୟ ଦେଇଥିଲେ। ଏହିକ୍ରମରେ ମେ ୨୭ ତାରିଖ ଶୁଣାଣି ପୂର୍ବରୁ ରାଜସ୍ବ ମନ୍ତ୍ରୀ ନିଜର ମତ ଦେଇଛନ୍ତି। ଏହି ଘଟଣାରେ ଦୁର୍ନୀତି ହୋଇଥିବା ରାଜସ୍ବ ବିଭାଗ ସ୍ବୀକାର କରିଛି। ଲୋକାୟୁକ୍ତରେ ରାଜସ୍ବ ବିଭାଗ ଦାଖଲ କରିଥିବା ସ୍ବୀକାରୋକ୍ତିରେ ଦର୍ଶାଇଛି ଯେ, କେନ୍ଦୁଝର ଏଡିଏମ୍‌ଙ୍କ ଦ୍ବାରା ଏହି ଘଟଣାର ତଦନ୍ତ ହୋଇଥିଲା। ତଦନ୍ତ ବେ‌ଳେ ହାଟଡିହି ତହସିଲର ପୂର୍ବତନ ଚେନ୍‌ମ୍ୟାନ୍‌ ଅଭିମନ୍ୟୁ ଭୂୟାଁ ୩୬ ହଜାର ଟଙ୍କା ତୋସରପାତ କରିଥିବା ପ୍ରମାଣ ମିଳିଛି। ପୂର୍ବତନ ଚେନ୍‌ମ୍ୟାନ୍‌ ଶ୍ରୀ ଭୂୟାଁ ଏବଂ ନାଜିର ଶ୍ରୀକାନ୍ତ ଜେନାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ତେବେ ପୂର୍ବତନ ତହସିଲଦାର ଗାୟତ୍ରୀ ସୋରେନଙ୍କ ଏହି ଘଟଣ‌ା କିମ୍ବା ଅନ୍ୟ ବାଲି ମାଫିଆଙ୍କ ସହ ସଂପର୍କ ଥିବା ନେଇ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ନିଜ ରିପୋର୍ଟରେ ଉଲ୍ଲେଖ କରିଥିବା ରାଜସ୍ବ ବିଭାଗ ଲୋକାୟୁକ୍ତଙ୍କୁ ଜଣାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe