ଚେନ୍ନାଇରେ ଦୁର୍ଘଟଣାରେ ହାଟଡିହି ଯୁବକଙ୍କ ମୃତ୍ୟୁ

Advertisment
ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

ହାଟଡିହି: ଚେନ୍ନାଇର ଏକ ଘରୋଇ କମ୍ପାନିରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିବା ହାଟଡିହି ବ୍ଲକ୍‌ ସଢ଼ା ପଞ୍ଚାୟତ ଖଳାଗାଡ଼ିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ପୁଅ ଖଗେଶ୍ୱର (୨୨)ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଖଗେଶ୍ବର କିଛିବର୍ଷ ହେବ ଚେନ୍ନାଇରେ ରହୁଥିଲେ। ଆଜି ସକାଳ ୮ଟାବେଳେ କାମକୁ ଯାଉଥିବା ସମୟରେ ରାସ୍ତାରେ ପଛପଟୁ ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଆପୋଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଖବର ପାଇ ସେଠାରେ କାମ କରୁଥିବା କିଛି ସମ୍ପର୍କୀୟ ଡାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଭିତରକୁ ଛାଡ଼ି ନଥିଲେ। ଚିକିତ୍ସା ଖର୍ଚ୍ଚ ଦେବା ପରେ ଶବ ହସ୍ତାନ୍ତର କରାଯିବ ବୋଲି କହିଥିଲେ। ସେଠାରେ ରହୁଥିବା ଗ୍ରାମର କିଛି ଯୁବକ ଓ ତାଙ୍କ ସମ୍ପର୍କୀୟ ୨୦ ହଜାର ଟଙ୍କା ଡାକ୍ତରଖାନାର ଜମା କରିଛନ୍ତି। ଶବ ଘରକୁ ଆଣିବାକୁ ଆମ୍ବୁଲାନ୍ସ ନେବ ୬୦ ହଜାର ଟଙ୍କା। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଏତେ ଟଙ୍କା କେଉଁଠୁ ଆଣିବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି ପରିବାର ଲୋକେ। ଏ ସମ୍ପର୍କରେ କିଛି ଯୁବକ ସାମାଜିକ ଗଣମାଧ୍ୟମରୁ ଜାଣିବା ପରେ ସହଯୋଗର ହାତ ବଢାଇଛନ୍ତି। ଗରିବ ପରିବାରକୁ ସହାୟତା ଦେବା ପାଇଁ ୯୦୦୩୦୮୬୪୦୮ରେ ଯୋଗାଯୋଗ କରିବାକୁ ନିବେଦନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe