ଦୀପାବଳି ଧୋଇଯିବ କି? ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷିବ

Advertisment
ଦୀପାବଳି ଧୋଇଯିବ କି? ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷିବ

ଭୁବନେଶ୍ୱର: ଗତକାଲି ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଉଛି। ବୁଧବାର ଏହାର ଅବସ୍ଥିତି କେନ୍ଦ୍ରୀୟ ଓ ଦକ୍ଷିଣ ବଙ୍ଗୋପ ସାଗରରେ ରହିଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଦେଖା ଦେଇଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ପୂର୍ବାନୁମାନ ଅନୁସାରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହେବ। ଉପକୂଳ ଓ ଆଭନ୍ତରୀଣ ଓଡ଼ିଶା ବି ସଂପୂର୍ଣ୍ଣ ରୂପେ ବାଦ ପଡ଼ିବ ନାହିଁ ବୋଲି କୁହାଯାଉଛି।

publive-image

ଗୁରୁବାର ଦୀପାବଳି ଅବସରରେ ସାରା ରାଜ୍ୟ ଉତ୍ସବମୁଖର ହୋଇ ଉଠିଥିବା ବେଳେ ବର୍ଷା ସମ୍ଭାବନା ଲୋକଙ୍କ ଭିତରେ ଆଶଙ୍କା ସୃଷ୍ଟି କରିଛି। ପାଣିପାଗ କେନ୍ଦ୍ରର ସୂଚନା ଏହା ସ୍ପଷ୍ଟ କରୁଛି ଯେ, ଦୀପାବଳି ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭବାନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe