YouTube
ରାଉରକେଲା : ସମ୍ଭାବ୍ୟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ହାୱଡା- ଅହମ୍ମଦାବାଦ୍ ସୁପର୍ଫାଷ୍ଟ୍ ଏକ୍ସପ୍ରେସ୍। ଏହାର ଏସ୍ -୪ କୋଚ୍ ଚକାର ସ୍ପ୍ରିଙ୍ଗ୍ ପିନ୍ ଭାଙ୍ଗିଯାଇଥିବା ରାଉରକେଲା ଷ୍ଟେସନରେ ଜଣାପଡିଥିଲା। ରାଉରକେଲା ଓ ବନ୍ଧମୁଣ୍ଡାର ଇଞ୍ଜିନିୟରମାନେ ପହଞ୍ଚି ମରାମତି କରିବା ପରେ ପ୍ରାୟ ୨ ଘଣ୍ଟା ୨୦ ମିନିଟ୍ ପରେ ପୂର୍ବାହ୍ଣ ପ୍ରାୟ ୮ଟା ୫୦ ମିନିଟ୍ରେ ଟ୍ରେନ୍ଟି ରାଉରକେଲା ଷ୍ଟେସନ୍ ଛାଡିଥିଲା। କେଉଁ ପରିସ୍ଥିତିରେ ସ୍କ୍ରିଙ୍ଗ୍ ପିନ୍ ଭାଙ୍ଗିଲା ଜାଣିବାକୁ ବିଭାଗୀୟ ଅଧିକାରୀ ଇଞ୍ଜିନିୟରମାନଙ୍କୁ ଯାଞ୍ଚ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ, ହାୱଡା- ଅହମ୍ମଦାବାଦ୍ ସୁପରଫାଷ୍ଟ ଏକ୍ସପ୍ରେସ୍ ସକାଳ ପ୍ରାୟ ସାଢ଼େ ୬ଟାରେ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା। ଟ୍ରେନ୍ ରହିବା ପରେ କର୍ମଚାରୀମାନେ କୋଚ୍ର ଚକାଗୁଡ଼ିକୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଏସ୍-୪ କୋଚ୍ର ଚକାର ସ୍ପ୍ରିଙ୍ଗ୍ ପିନ୍ ଭାଙ୍ଗିଥିବା ଦେଖିଥିଲେ।
Follow Us