ଆଇନ୍‌ଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗ: ୩୦ ପର୍ଯ୍ୟନ୍ତ ଜାରି ରହିବ ଅନ୍ଦୋଳନ

ଆଇନ୍‌ଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗ: ୩୦ ପର୍ଯ୍ୟନ୍ତ ଜାରି ରହିବ ଅନ୍ଦୋଳନ

କଟକ: ହାଇକୋର୍ଟ ବାର ଆସୋସିଏସନ୍‌ ପକ୍ଷରୁ ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଶୁକ୍ରବାର ନିଷ୍ପତ୍ତି ହୋଇଛି। ହାଇକୋର୍ଟ ବାର ଆସୋସିଏସ୍‌ନ୍‌ର ସାଧାରଣ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଆଇନଜୀବୀଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ଯେତେଦିନ ପର୍ଯ୍ୟନ୍ତ ଗିରଫ କରା ନଯିବ, ସେତେ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ବୈଠକରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନଥିବା ନେଇ ଆଇନଜୀବୀମାନେ କ୍ଷୋଭ ପ୍ରକାଶ କରିଥିଲେ।

ପ୍ରାୟ ୨ ମାସ ଧିର ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ ସରକାର ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ତେଣୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନନେଲେ ବାର ଆସୋସିଏସନ୍‌ ପକ୍ଷରୁ ଆଗାମୀ କାର୍ଯ୍ୟକ୍ରମ ପାଇଁ ଏଜେଣ୍ଡା ପ୍ରସ୍ତୁତ ହେବ। ଅକ୍ଟୋବର ୩୦ରେ ଆସୋସିଏସ୍‌ର ପରବର୍ତ୍ତୀ ବୈଠକ ହେବ ଏବଂ ୩୧ ତାରିଖରେ ରାଜ୍ୟର ମୁଖ୍ୟ ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ସଂପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ବାର ଆସୋସିଏସନ୍‌ର ଆନ୍ଦୋଳନ ଚାଲିଥିବାରୁ ହାଇକୋର୍ଟରେ କୌଣସି ମାମଲା ଦାୟର ହୋଇପାରୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe