ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା କୋରାପୁଟ ମିଳିତ କ୍ରିୟାନୁଷ୍ଠାନ କମିଟି

Advertisment

କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ଚନ୍ଦ୍ରଶେଖର ମାଝି ବି କଲେ ଦାବି

କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ଚନ୍ଦ୍ରଶେଖର ମାଝି ବି କଲେ ଦାବି

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା କୋରାପୁଟ ମିଳିତ କ୍ରିୟାନୁଷ୍ଠାନ କମିଟି

ଭୁବନେଶ୍ବର : ଅବିଭକ୍ତ କୋରାପୁଟରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି କୋରାପୁଟ ମିଳିତ କ୍ରିୟାନୁଷ୍ଠାନ କମିଟି । ଶନିବାର ନବୀନ ନିବାସରେ କମିଟି ଅଧ୍ୟକ୍ଷ ତଥା ଆଇନଜୀବୀ ବୀରେଶ କୁମାର ପଟ୍ଟନାୟକ ଓ କମିଟି ଆବାହକ ତଥା ଆଇନଜୀବୀ ରବୀନ୍ଦ୍ର କୁମାର ପାତ୍ରଙ୍କ ନେତୃତ୍ବରେ ଶତାଧିକ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦାବି ଜଣାଇଛନ୍ତି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦାବି ଜଣାଇଛନ୍ତି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଚିଠି ଲେଖିଥିବା ନେଇ ମୁଖ୍ୟମନ୍ତ୍ରୀ କମିଟି ସଦସ୍ୟମାନଙ୍କୁ କହିଥିଲେ । ହାଇକୋର୍ଟର ମୂଳ ବେଞ୍ଚଠାରୁ ଦୂରରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଜଷ୍ଟିସ ଯଶୋବନ୍ତ ସିଂହ କମିସନଙ୍କ ସୁପାରିସ ସହିତ ସୁପ୍ରିମକୋର୍ଟଙ୍କ ବିଭିନ୍ନ ସମୟର ନିଷ୍ପତ୍ତି ବିଷୟରେ ରାଜ୍ୟ ସରକାର ଅବଗତ ଅଛନ୍ତି । ତେବେ ସ୍ଥାୟୀ ବେଞ୍ଚ ସୃଷ୍ଟି କରିବା ନେଇ ନିଷ୍ପତ୍ତି ନେବା କ୍ଷମତା ଭାରତ ସରକାରଙ୍କ ରହିଛି । ବେଞ୍ଚ ପ୍ରତିଷ୍ଠା ହେଲେ ରାଜ୍ୟ ସରକାର ସବୁ ପ୍ରକାର ଭିତ୍ତିଭୂମି ସୁବିଧା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କଠୁ ଶୁଣିବା ପରେ କୋରାପୁଟ ମିଳିତ କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନେ ଏହାକୁ ସ୍ବାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି ସାକ୍ଷାତକାର ସମୟରେ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା,ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe