Ommcom News
କଟକ : ନିର୍ବାଚନରେ ବାଧା ଦେବା ଓ ଇଭିଏମ୍ ଭାଙ୍ଗିବା ଅଭିଯୋଗ ମାମଲାରେ ସତ୍ୟବାଦୀ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଛି। ଏହି ମାମଲାରେ ଓମ୍ ପ୍ରକାଶଙ୍କ ସହଯୋଗୀ ତଥା ବୁଥ୍ ଏଜେଣ୍ଟ ଅଭୟ କୁମାର ନାଥଙ୍କୁ ମଧ୍ୟ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଜଷ୍ଟିସ ସି.ଆର୍.ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ନିେର୍ଦ୍ଦଶ ଦେଇଛନ୍ତି। ମାମଲାର ପବରର୍ତ୍ତୀ ଶୁଣାଣି ଗ୍ରୀଷ୍ମ ଅବକାଶ ପରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆବେଦନକାରୀଙ୍କ ଗିରଫ କରାଯାଇ ପାରିବ ନାହିଁ। ଏଥି ସହିତ ପରବର୍ତ୍ତୀ ଶୁଣାଣି ସମୟରେ ସରକାରଙ୍କୁ କେସ୍ ଡାଏରି ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଗାୟତ୍ରୀ ପାତ୍ର, ଅଦ୍ବିତୀୟ ଶତପଥୀ, ତ୍ରିସଂଧ୍ୟା ମିଶ୍ର ଓ ଅମିତ ତ୍ରିପାଠୀ ତାଙ୍କୁ ସହଯୋଗ କରୁଛନ୍ତି।
Follow Us