ଖୋର୍ଦ୍ଧା: ବରୁଣେଇ ପାହାଡ଼ରେ ନିଆଁ। ଆଜି ସନ୍ଧ୍ୟାରୁ ବିଳମ୍ବିତ ରାତ୍ରି ଯାଏ ହୁତ୍ହୁତ୍ ହୋଇ ନିଆଁ ଜଙ୍ଗଲ ଭିତର ଯାଏ ବ୍ୟାପକ ହୋଇଛି। ନିଆଁର ମାତ୍ରା ଏତେ ଅଧିକ ହୋଇଛି ଯେ, ଦୂର ଦୂର ଯାଏ ବରୁଣେଇ ପାହାଡ଼କୁ ନିରେଖି ଦେଖିଲେ ନିଆଁର ବ୍ୟାପକତା ଜଳଜଳ ଦିଶୁଛି। କେହି ନିଆଁ ଲଗାଇ ଦେଇଥିବା ବନ ବିଭାଗ ଆଶଙ୍କା କରୁଛି। ଆଜି ଦିନ ବେଳା କେହି ପାଣ୍ଡବ ବଖରା ଅଞ୍ଚଳକୁ ଯାଇଥିବା ବେଳେ କେହି ଜାଣିଶୁଣି ହେଉ ଅବା ଅଜ୍ଞାତରେ ବିଡି, ସିଗାରେଟ୍ ଟାଣି ନିଆଁ ଛାଡ଼ି ଦେଇ ଆସିଥିବା ଖୋର୍ଦ୍ଧା ରେଞ୍ଜର ଜୟକୃଷ୍ଣ ପଣ୍ଡା ଆଶଙ୍କା କରିଛନ୍ତି। ବର୍ତ୍ତମାନ ଜଙ୍ଗଲରେ ଘାସ ଧୀରେ ଧୀରେ ଶୁଖିଲା ହୋଇ ଆସିଲାଣି। ଯେଉଁ ଗୁମ୍ଫା ଅଞ୍ଚଳରୁ ନିଆଁର ସୂତ୍ରପାତ ହୋଇଛି, ସେଠି ବଡ଼ ବଡ଼ ଶୁଖିଲା ଲତାବୁଦା ସବୁ ଅଛି। ତେଣୁ, ସନ୍ଧ୍ୟା ବେଳକୁ ପବନ ଯୋଗୁ ନିଆଁ ବ୍ୟାପକ ହୋଇଥିବା ରେଞ୍ଜର ଶ୍ରୀ ପଣ୍ଡା ଆଶଙ୍କା କରିଛନ୍ତି। ସୂଚନା ପାଇ ବନ ବିଭାଗର ପ୍ରାୟ ୧୦ଜଣିଆ ଟିମ୍ ନିଆଁ ଲିଭା କାମରେ ନିୟୋଜିତ ହୋଇଛନ୍ତି। ପ୍ରାୟ ଚାରି ଘଣ୍ଟାର ପରିଶ୍ରମ ସତ୍ତ୍ବେ ରିପୋର୍ଟ ଲେଖାଯିବା ସୁଦ୍ଧା ବରୁଣେଇ ଶିଖରରୁ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇପାରି ନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us