ଆଇପିଏଲ୍ ମ୍ୟାଚ୍ ନିଶା ହେଲା କାଳ… ୩ ମହଲା ଛାତରୁ ପଡ଼ି କନେଷ୍ଟବଳ ମୃତ

ଆଇପିଏଲ୍ ମ୍ୟାଚ୍ ନିଶା ହେଲା କାଳ… ୩ ମହଲା ଛାତରୁ ପଡ଼ି କନେଷ୍ଟବଳ ମୃତ

ରାୟଗଡ଼ା: ୩ ମହଲା ଛାତରୁ ପଡ଼ି ରାୟଗଡ଼ା ଓଏସଏପି ବାଟାଲିୟନ ଯବାନ ଯୋଗେଶ୍ବର ଦାଶ (୨୭)ଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ ଯୋଗେଶ୍ବର ବାରାକ୍ ଛାତ ଉପରେ ବସି ମୋବାଇଲରେ ଆଇପିଏଲ୍ ମ୍ୟାଚ୍ ଦେଖୁଥିବା ବେଳେ ଏହି ଅଘଟଣ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।

ଗତକାଲି ରାତି ୯ଟାରେ ଯୋଗେଶ୍ବର ବାରାକ୍‌ର ୩ ମହଲା ଛାତ ଉପରେ ବସି କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ। ଏହି ସମୟରେ ଅସାବଧାନତା କାରଣରୁ ସେ ଛାତ ଉପରୁ ଖସି ପଡ଼ିଥିଲେ। ଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଚିତ୍କାର ଶୁଣି ଆଖପାଖରେ ଥିବା ଅନ୍ୟ ଯବାନମାନେ ଦୌଡ଼ି ଆସିବା ପରେ ଯୋଗେଶ୍ବରଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେଉଥିବା ଦେଖି ତୁରନ୍ତ ମେଡିକାଲ୍ ନେବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଖବର ପାଇ ପୁଲିସ୍ ବିଭାଗର ବରିଷ୍ଠ ଅଧିକାରୀ ମେଡିକାଲରେ ପହଞ୍ଚି ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ହେଲେ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରଚୁର ରକ୍ତସ୍ରାବ ଯୋଗୁଁ ଯୋଗେଶ୍ବରଙ୍କ ମୃତ୍ୟୁ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ବାସିନ୍ଦା ଯୋଗେଶ୍ବର ୨୦୧୩ ମସିହାରେ କୋରାପୁଟ ଓଏସଏପି ତୃତୀୟ ବାଟାଲିୟନରେ ଯବାନ ଭାବେ ଚାକିରିରେ ଯୋଗ ଦେଇଥିଲେ। ଗତ ୫ ମାସ ହେଲା କୋରାପୁଟରୁ ବଦଳି ହୋଇ ଯୋଗେଶ୍ବର ରାୟଗଡ଼ା ଆସିଥିଲେ। ଯୋଗେଶ୍ବରଙ୍କ ମୃତ୍ୟୁରେ ସାଥୀ ଯବାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe