Black magic: ତନ୍ତ୍ର ସାଧନା ପାଇଁ ମା’କୁ ଖଣ୍ଡ ଖଣ୍ଡ କରି କାଟିଲା: ଅଭିଯୁକ୍ତ ପୁଅ ଥାନାରେ ଅଟକ

ତନ୍ତ୍ର ସାଧନା ପାଇଁ ମା’କୁ ବଳି ପକାଇଲା ପୁଅ। ଶରୀରକୁ ଖଣ୍ଡଖଣ୍ଡ କରି କାଟିଲା। କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ସହର ଉପରସାହିରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି। ପୁଲିସ ଅଭିଯୁକ୍ତ ପୁଅକୁ ଉଠାଇ ଆଣି ଥାନାରେ ଅଟକ ରଖିବା ସହ ପଚରାଉଚରା ଜାରି ରଖିଛି।

murder22

ସେମିଳିଗୁଡ଼ା: ତନ୍ତ୍ର ସାଧନା ପାଇଁ ମା’କୁ ବଳି ପକାଇଲା ପୁଅ। ଶରୀରକୁ ଖଣ୍ଡଖଣ୍ଡ କରି କାଟିଲା। କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ସହର ଉପରସାହିରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି। ପୁଲିସ ଅଭିଯୁକ୍ତ ପୁଅକୁ ଉଠାଇ ଆଣି ଥାନାରେ ଅଟକ ରଖିବା ସହ ପଚରାଉଚରା ଜାରି ରଖିଛି। ପୁଅ ବଳରାମ ଖରା (୨୫) ସହ ଗୋଟିଏ ଘରେ ରହୁଥିଲେ ବୃଦ୍ଧା ଭାନୁ ଖରା (୬୫)। ଗୁରୁବାର ରାତିରେ ପୁଅ ତନ୍ତ୍ର ସାଧନା ଆରମ୍ଭ କରିଥିଲା। ସାଧନାରେ ସିଦ୍ଧି ପାଇଁ ନିଜ ମା’କୁ ବଳି ପକାଇବାକୁ ପଛାଇ ନଥିଲା। ପ୍ରଥମେ ମା’ର ତଣ୍ଟି କାଟିବା ପରେ ଜିଭ ସହ ହାତ ଏବଂ ଗୋଡ଼ର ଆଙ୍ଗୁଠିଗୁଡ଼ିକୁ ଛୁରିରେ କାଟି ପକାଇଥିଲା। ପ୍ରଚୁର ରକ୍ତସ୍ରାବ ହୋଇ କିଛି ମିନିଟ୍‌ ମଧ୍ୟରେ ଭାନୁ ପ୍ରାଣ ହରାଇଥିଲେ। ଶୁକ୍ରବାର ସକାଳେ ବଳରାମ ଘରେ ପଡ଼ିଥିବା ରକ୍ତଛିଟାକୁ ପୋଛିବା ସମୟରେ ଭାନୁଙ୍କ ପୁତୁରା ରାମଚନ୍ଦ୍ର ଖରା ପହଞ୍ଚି ଯାଇଥିଲେ। ସନ୍ଦେହ ହେବାରୁ ଘରେ ଭିତରେ ପଶି ଯେଉଁ ଦୃଶ୍ୟ ଦେଖିଲେ ସେଥିରେ ଭୟରେ ଶିହରି ଉଠିଥିଲେ। 

ଘର ଭିତରେ ପିଉସୀଙ୍କ ରକ୍ତ ଜୁଡ଼ୁବୁଡୁ ମରଶରୀର କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିଲା। ଏ ସଂପର୍କରେ ସେ ଆଖପାଖ ଲୋକଙ୍କୁ ଜଣାଇବା ସହ ସେମିଳିଗୁଡ଼ା ଥାନାରେ ଏତଲା ଦେଇଥିଲେ। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ସୁନାବେଡ଼ା ଏସ୍‌ଡିପିଓ ସୁମିତ୍ରା ଜେନା ଏବଂ ସେମିଳିଗୁଡ଼ା ଥାନା ଆଇଆଇସି ଅନିତା କୁଜୁର ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଭିଯୁକ୍ତ ବଳରାମକୁ କାବୁ କରି ଥାନାକୁ ଆଣି ପଚରାଉଚରା କରୁଛନ୍ତି। ସେମିଳିଗୁଡ଼ା ଥାନାରେ ହତ୍ୟା ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଛି। ଏ ନେଇ ଜଣେ ପୁଲିସ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ତନ୍ତ୍ର ସାଧନାରୁ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି। ତଦନ୍ତ ସରିଲେ ହତ୍ୟା ପଛର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe