ଅଭିନବ ପ୍ରୟାସ: ସାବାଳକ ହୋଇ ବାହାହେଲେ, ୨୦ ହଜାର ପାଇଲେ

ଅଭିନବ ପ୍ରୟାସ: ସାବାଳକ ହୋଇ ବାହାହେଲେ, ୨୦ ହଜାର ପାଇଲେ

IndiaTV News

ଚନ୍ଦ୍ରଗିରି : ଗଜପତି ଜିଲ୍ଲା ମୋହନା ବ୍ଲକ୍‌ରେ ଆଦିବାସୀଙ୍କ ଭିତରେ ବିରାଟ ପରିବର୍ତ୍ତନ ଆଣିପାରିଛି ଏକ ଯୋଜନା। ଏଥିସହିତ, ବାଲ୍ୟବିବାହକୁ ରୋକିପାରିଛି। ଏହି ଯୋଜନା ହେଉଛି, ବାଲ୍ୟବିବାହକୁ ନା କରୁଥିବା ପିଲାଙ୍କୁ ସାବାଳକ ‌ହେଲାପରେ ୨୦ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ। ସାବାଳକ ହେବାପରେ ୧୧ ନବଦମ୍ପତିଙ୍କୁ ଏବେ ୨୦ହଜାର ଲେଖାଏଁ ପ୍ରଦାନ କରାଯାଇଛି। ଏହା ସଂପୃକ୍ତ ଅଞ୍ଚଳରେ ଅନ୍ୟ ଆଦିବାସୀ ପରିବାରଗୁଡ଼ିକ ଉପରେ ଅନୁକୂଳ ପ୍ରଭାବ ପକାଇବ ଏବଂ ବାଲ୍ୟବିବାହ ପ୍ରଥା ସମ୍ପୂର୍ଣ୍ଣ ମୂଳୋତ୍ପାଟନ ହୋଇପାରିବ ବୋଲି ଆଶା କରାଯାଉଛି।

ସୂଚନା ଅନୁସାରେ, ଚନ୍ଦ୍ରଗିରିଠାରେ ଥିବା ସଉରା ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଆଦିବାସୀ ବହୁଳ ଚନ୍ଦ୍ରଗିରି, ଧାଡ଼ିଆମ୍ବ, ବାଘମାରୀ, ଜିରାଙ୍ଗ, ଲବାରସିଂ, ମାଣିକପୁର, ଅନ୍ତରବା, ଚୁଡ଼ଙ୍ଗପୁର ଓ ବଡ଼ସିନ୍ଦବା ଭଳି ୯ଟି ପଞ୍ଚାୟତ ଅନ୍ତର୍ଗତ ୩୨ଟି ଗ୍ରାମର ସଉରା ଜନଜାତିର ଜନସାଧାରଣ ଓ ଲୋକପ୍ରତିନିଧିଙ୍କୁ ନେଇ ଚଳିତବର୍ଷ ଚତୁର୍ଥ ତ୍ରୟମାସିକ ବୈଠକରେ ଏହି ନେଇ ନିଷ୍ପତ୍ତି ହୋଇଥିଲା। ସଉରା ଉନ୍ନୟନ ସଂସ୍ଥା ସ୍ବତନ୍ତ୍ର ପଦାଧିକାରୀ ବନମାଳୀ ଭୂୟାଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ଅଞ୍ଚଳରେ ବାଲ୍ୟବିବାହକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହ ଆଦିବାସୀ ପରିବାରଗୁଡ଼ିକ କିଭଳି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ସେ ନେଇ ଆଲୋଚନା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe