ଯୁଯୁମୁରା : ଯୁଯୁମୁରା ଥାନା ବୀରସିଂହଗଡ଼ ପଞ୍ଚାୟତ ବସିଆପଡ଼ା ଗାଁ ଫୁଟ୍ବଲ୍ ପଡ଼ିଆ ପାଖରେ ଥିବା ଏକ ଗଛରୁ ଶୁକ୍ରବାର ସେହି ଗାଁର ଦିଲ୍ଲୀପ ତିୱାରୀ (୩୫ ବର୍ଷ)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ଦିଲ୍ଲୀପ ଗୁରୁବାର ଦିନ ୧୨ଟାରୁ ଘରୁ ବାହାରି ଆଉ ଫେରିନଥିଲେ। ରାତିରେ ବହୁ ଖୋଜାଖୋଜି କରି ପରିବାର ନିରାଶ ହୋଇଥିଲେ। ଶୁକ୍ରବାର ସକାଳୁ କିଛି ଲୋକ ତାଙ୍କ ଝୁଲନ୍ତା ଶବ ଦେଖି ପୁଲିସକୁ ସୂଚନା ଦେଇଥିଲେ। ପରିବାର ଲୋକ ବି ଘଟଣାସ୍ଥଳରେ ପହଞ୍ଚି ଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତାଙ୍କ ମୃତ୍ୟୁରେ ସ୍ତ୍ରୀ, ୫ ବର୍ଷର ଝିଅ, ୨ ବର୍ଷର ପୁଅ ଅସହାୟ ହୋଇପଡ଼ିଛନ୍ତି।
Follow Us