ବିଏମ୍‌ସିରେ ଓମ୍ବୁଡସ୍‌ମ୍ୟାନ୍ ନିଯୁକ୍ତି ପ୍ରସଙ୍ଗ: ହାଇକୋର୍ଟରେ ସରକାରଙ୍କ ସତ୍ୟପାଠ ଦାଖଲ

Advertisment
ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ରେ ଓମ୍ବୁଡସ୍‌ମ୍ୟାନ୍‌ ନିଯୁକ୍ତି ପ୍ରସଙ୍ଗକୁ ନେଇ ବିଚାରାଧୀନ ମାମଲାରେ ରାଜ୍ୟ ସରକାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି। ଏହି ଅତିରିକ୍ତ ସତ୍ୟପାଠର କପି ଆବେଦନକାରୀଙ୍କୁ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର୍‌ ଓ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଆଇନ ଅନୁସାରେ ବିଏମ୍‌ସିରେ ଓମ୍ବୁଡସ୍‌ମ୍ୟାନ୍ ନିଯୁକ୍ତ ହେବା କଥା। ବିଏମ୍‌ସି ଅଞ୍ଚଳରେ ରହୁଥିବା ଓ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ସମସ୍ୟାର ସମାଧାନ ପାଇଁ ଓମ୍ବୁଡସ୍‌ମ୍ୟାନ୍‌ଙ୍କ ନିକଟରେ ଅଭିଯୋଗ କରିବା ପାଇଁ ଆଇନରେ ବ୍ୟବସ୍ଥା ରହିଛି। କିନ୍ତୁ, ହାଇକୋର୍ଟରେ ସରକାରଙ୍କ ତରଫରୁ ଦାଖଲ ଜବାବରେ ଓମ୍ବୁଡସ୍‌ମ୍ୟାନ୍ ନିଯୁକ୍ତି ପ୍ରସଙ୍ଗରେ କୌଣସି ଠୋସ୍ ତଥ୍ୟ ଦାଖଲ କରାଯାଇ ନାହିଁ। ହାଇକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୮କୁ ଧାର୍ଯ୍ୟ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ମ୍ୟୁନିସିପାଲ୍‌ କର୍ପୋରେସନ୍ ଆଇନ, ୨୦୦୩ର ଧାରା ୧୯୩ ଅନୁସାରେ ବିଏମ୍‌ସି ପକ୍ଷରୁ ୟୁଜର୍ସ ଫି ଆଦାୟ ନିଷ୍ପତ୍ତିକୁ ବିରୋଧ କରି ତଥା ଓମ୍ବୁଡସ୍‌ମ୍ୟାନ୍ ନିଯୁକ୍ତି ପ୍ରସଙ୍ଗକୁ ନେଇ ଏହି ମାମଲା ଏସ୍‌. ସାହୁ ଦାୟର କରିଥିଲେ। ଅନ୍ୟପକ୍ଷରେ, ବିଏମ୍‌ସି ପକ୍ଷରୁ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ଲାଗୁକୁ ବିରୋଧ କରି ଦାୟର ଅନ୍ୟ ଏକ ଜନସ୍ବାର୍ଥ ମାମଲାର ଶୁଣାଣି ଆଜି ଘୁଞ୍ଚିଛି। ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ବିଚାରାଧୀନ ମାମଲାର ରାୟ ଆସିବା ପରେ ଏ ସଂପର୍କିତ ଜନସ୍ବାର୍ଥ ଆବେଦନର ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe