ପିକ୍‌ଅପ୍‌ ଭ୍ୟାନ୍‌ ଓଲଟିଲା: ଆହତଙ୍କୁ ଛାଡ଼ି ତରଭୁଜ ଗୋଟାଇଲେ

Advertisment
ପିକ୍‌ଅପ୍‌ ଭ୍ୟାନ୍‌ ଓଲଟିଲା: ଆହତଙ୍କୁ ଛାଡ଼ି ତରଭୁଜ ଗୋଟାଇଲେ

ବରଗଡ଼: ରାସ୍ତାରେ ତରଭୁଜ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟିଲା। ଚାଳକ ଏବଂ ସହଯୋଗୀ ଆହତ ହେଲେ। କିନ୍ତୁ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା କରାଇବା ବଦଳରେ ଲୋକେ ତରଭୁଜ ଗୋଟାଇ ଘରକୁ ବୋହିବାକୁ ଲାଗିଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଭଟଲି-ଅମ୍ବାଭୋନା ସୀମାନ୍ତବର୍ତୀ ସମ୍ବରଧରା ଛକ ପାଖରେ।

ଆଜି ଅପରାହ୍‌ଣରେ ତରଭୁଜ ବୋଝେଇ ଗୋଟିଏ ପିକ୍‌ଅପ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଚାଳକ ଏଥିରେ ଆହତ ହୋଇ ପଡ଼ି ରହିଥିଲେ। ରାସ୍ତାରେ ଯାଉଥିବା ଲୋକେ ଆହତଙ୍କୁ ଡାକ୍ତରଖାନା ନେବା ବଦଳରେ ବି‌ଛାଇ ହୋଇ ପଡ଼ି ରହିଥିବା ତରଭୁଜ ଗୋଟାଇବାକୁ ଲାଗିଥିଲେ। ଏହି ଦୃଶ୍ୟ ଦେଖି ମାନବିକତା ହଜି ଯାଇଥିବା ମନେ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe