ଆଜିଠୁ ଜି-ସାର୍ଥକରେ ‘ହେ ପ୍ରଭୁ’

Advertisment
ଆଜିଠୁ ଜି-ସାର୍ଥକରେ ‘ହେ ପ୍ରଭୁ’

ଭୁବନେଶ୍ୱର : ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ୍‌ ଜି-ସାର୍ଥକ ଦୀପାବଳିର ନୂଆ ଉପହାର ରୂପେ ଭେଟି ଦେବାକୁ ଯାଉଛି ମେଗା ଧାରାବାହିକ ‘ହେ ପ୍ରଭୁ’। ୯ ତାରିଖ ସୋମବାରରୁ ଶୁକ୍ରବାର ରାତି ୯ଟାରେ ପ୍ରସାରିତ ହେବ ଏହି ମନୋରଂଜନଧର୍ମୀ ଧାରାବାହିକ। ମହାପାତ୍ର ପରିବାରର ଦୁଃଖ ହରିବା ପାଇଁ ଭଗବାନଙ୍କ ସଦୃଶ ଦୂତ ସାଜିଥିବା ବ୍ୟକ୍ତିକୁ ନେଇ ଗତିଶୀଳ କାହାଣୀ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ଭରିଦେବ। ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ଦୁଇ ପ୍ରତିଭାଦୀପ୍ତ ତାରକା ଶୁଭାଶିଷ ଶର୍ମା ଓ ଲିପ୍ସାଙ୍କୁ ଏଥିରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଉଭୟଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ଦୁହିଁଙ୍କ ଚରିତ୍ରକୁ ନେଇ ବେଶ୍‌ ଚର୍ଚ୍ଚା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe