ଭଟଲି : ଭଟଲି ବ୍ଲକ ସୁକୁଡ଼ା ଗାଁର ବସୁ ବରିହା (୬୫ ବର୍ଷ)ଆଖପାଖ ଅଂଚଳର କେତେକ ଲୋକଙ୍କ ସହ ଭାରତଭ୍ରମଣ ତୀର୍ଥଯାତ୍ରାରେ ଯାଇଥିଲେ। ଗଙ୍ଗାଠାରେ ସେ ହଜିଯାଇ ଏକାକୀ ହୋଇଯାଇଥିଲେ। ଫଳରେ ସେଠାରେ ଅନ୍ୟ ତୀର୍ଥଯାତ୍ରୀଙ୍କ ସହ ସେ ଆହ୍ଲାବାଦରୁ ଦିଲ୍ଲୀ, ଦିଲ୍ଲୀରୁ କଟକ, ଜୟପୁର, ହାଇଦ୍ରାବାଦ ଚାଲିଯାଇଥିଲେ। ପୁଣି ହାଇଦ୍ରାବାଦରୁ କୋଲକାତା ଫେରିଥିଲେ। କୋଲକାତାରୁ ଟ୍ରେନ୍ ଯୋଗେ ବରଗଡ଼ ଆସି ସେ ୧୪ ଦିନ ପରେ ନିଜ ଗାଁରେ ପହଂଚିଛନ୍ତି। ତାଙ୍କୁ ଗ୍ରାମରେ ନଗର ସଂକୀର୍ତ୍ତନ, କୃଷ୍ଣଗୁରୁ ଭଜନରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ଗ୍ରାମବାସୀ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇଥିଲେ।
ତୀର୍ଥ ଯାତ୍ରାରେ ବାଟବଣା ହୋଇ ୧୪ ଦିନ ପରେ ଗାଁକୁ ଫେରିଲେ ବସୁ
Advertisment
Follow Us