ସାଆନ୍ତେ ଆସିବେ ବୋଲି... ନନ୍ଦିଘୋଷ ରଥରେ ପାର୍ଶ୍ବ ଦେବତା ହନୁମାନ

Advertisment

କଥିତ ଅଛି ରଥକୁ ପ୍ରଥମେ ଦେବତାମାନେ ଶ୍ରୀରାମଙ୍କୁ ପ୍ରଦାନ କରିଥିଲେ। ଏହି ରଥରେ ବସି ଶ୍ରୀରାମ ରାବଣଙ୍କ ସହ ଯୁଦ୍ଧ କରିବାକୁ ବାହାରିଥିଲେ। ଏହି ରଥର ବିଶେଷତ୍ବ ହେଉଛି ରଥରେ ନନ୍ଦୀକେଶ୍ବରଙ୍କ ଉପସ୍ଥିତି।

କଥିତ ଅଛି ରଥକୁ ପ୍ରଥମେ ଦେବତାମାନେ ଶ୍ରୀରାମଙ୍କୁ ପ୍ରଦାନ କରିଥିଲେ। ଏହି ରଥରେ ବସି ଶ୍ରୀରାମ ରାବଣଙ୍କ ସହ ଯୁଦ୍ଧ କରିବାକୁ ବାହାରିଥିଲେ। ଏହି ରଥର ବିଶେଷତ୍ବ ହେଉଛି ରଥରେ ନନ୍ଦୀକେଶ୍ବରଙ୍କ ଉପସ୍ଥିତି।

gffgfg

ପୁରୀ: କଥିତ ଅଛି ରଥକୁ ପ୍ରଥମେ ଦେବତାମାନେ ଶ୍ରୀରାମଙ୍କୁ ପ୍ରଦାନ କରିଥିଲେ। ଏହି ରଥରେ ବସି ଶ୍ରୀରାମ ରାବଣଙ୍କ ସହ ଯୁଦ୍ଧ କରିବାକୁ ବାହାରିଥିଲେ। ଏହି ରଥର ବିଶେଷତ୍ବ ହେଉଛି ରଥରେ ନନ୍ଦୀକେଶ୍ବରଙ୍କ ଉପସ୍ଥିତି। ପ୍ରଭୁ ଶିବଙ୍କ ଆଦେଶରେ ସେ ରାମଙ୍କ ସମ୍ମୁଖରେ ଉପସ୍ଥିତ ହୋଇଥିଲେ। ମହାପ୍ରଭୁଙ୍କ ନନ୍ଦିଘୋଷ ରଥରେ ପାର୍ଶ୍ବ ଦେବତା ହେଉଛନ୍ତି ହନୁମାନ, ରାମ, ଲକ୍ଷ୍ମଣ, ନାରାୟଣ, କୃଷ୍ଣ ଗୋବର୍ଦ୍ଧନଧାରୀ, ଚିନ୍ତାମଣି, ରାଘବ ଓ ନୃସିଂହ ଆଦି ନବଦେବତା। 
ସେଥିମଧ୍ୟରୁ ହନୁମାନ ହେଉଛନ୍ତ ସପ୍ତ ଚିରଞ୍ଜୀବୀମାନଙ୍କ ମଧ୍ୟରେ ଅନ୍ୟତମ। ଶ୍ରୀରାମଙ୍କ ଅନନ୍ୟ ଭକ୍ତ ଭାବରେ ସେ ପରିଚିତ। ଯେପରି ଶ୍ରୀମନ୍ଦିରର ଚାରିଦ୍ବାରରେ ତପସ୍ବୀ ହନୁମାନ, ବୀର ବିକ୍ରମ ହନୁମାନ, ଫତେ ହନୁମାନ, ବେଡ଼ି ହନୁମାନ ଆଦି ଭାବରେ ସଙ୍କଟ ମୋଚନ ବିରାଜମାନ କରିଛନ୍ତି। ସେହିପରି ଅଞ୍ଜନେୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧ୍ବଜା ଓ ପାର୍ଶ୍ବରେ ବିରାଜମାନ। ଯେବେ ମହୀ ରାବଣ ଲକ୍ଷ୍ମଣ, ହନୁମାନ ଓ ସୁଶେଣକୁ ବନ୍ଦୀ କରି ନେଇ ସୁଲଙ୍କାରେ ରଖିଥିଲା ଦେବୀଙ୍କ କୃପାରୁ ତିନିଜଣ ମୁକ୍ତ ହୋଇ ଦେବରାଜ ଇନ୍ଦ୍ର ପ୍ରଦତ୍ତ ତାଳଧ୍ବଜ ରଥରେ ବିଜେ କରିଥିଲେ। ଲକ୍ଷ୍ମଣ ମହୀ ରାବଣ ସହିତ ଯୁଦ୍ଧ କରିବା ବେଳେ ହନୁମାନ ହନୁମାନ ନୃସିଂହ ମୂର୍ତି ଧାରର କରି ମହୀ ରାବଣର ସୈନ୍ୟ ସାମନ୍ତ ହସ୍ତୀ ଅଶ୍ବମାନଙ୍କୁ ବଧ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥରେ ବିଜେ କରିଥିବାରୁ ରାମ ରଥ ନନ୍ଦିଘୋଷ ଭାବରେ ସେଥିରେ ପଞ୍ଚମୁଖୀ ହନୁମାନ ଯାତ୍ରା କରନ୍ତି। 

ରଥରେ ଗାଈପଟା

ମହାପ୍ରଭୁ ରଥରେ ଯାତ୍ରା କରିବା ବେଳେ ରଥର ସିଂହାସନରେ ବସି ଗୁଣ୍ଡିଚା ଘର ଅଭିମୁଖେ ଯାତ୍ରା କରିଥାଆନ୍ତି। ଶ୍ରୀବିଗ୍ରହ ସିଂହାସନ ଚକା ଉପରେ ବିଜେ କରୁଥିବା ବେଳେ ସେଇ ସିଂହାସନ ତଳେ ଶଙ୍ଖ ଧବଳ ରଙ୍ଗରେ ଚିତ୍ରିତ ଏକ ଗାଈପଟା ରହିଥାଏ। ତାତ୍ତ୍ବିକ ଦୃଷ୍ଟିକୋଣରୁ ସିଂହାସନ ତଳେ ଏହି ଗାଈ ପଟାରେ ଚିତ୍ରଣ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। 

ସାହିତ୍ୟିକା ତୁଳସୀ ଓଝାଙ୍କ ରଥ ସଂହିତା ମୁତାବକ, ଶ୍ରୀଜଗନ୍ନାଥ ଯେବେ ପରମବ୍ରହ୍ମ ଶ୍ରୀକୃଷ୍ଣ ରୂପରେ ପ୍ରତିଷ୍ଠିତ ହେଲେ ସେତେବେଳେ ତାଙ୍କ ସହିତ ଗୋ ଶବ୍ଦ ସଂଯୋଗ ହୋଇଥିଲା। ଆଦିଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ସ୍ତୁତିରେ ବୃନ୍ଦାବନ ଲୀଳା ବର୍ଣ୍ଣନାରେ ଏହାକୁ ଉଲ୍ଲେଖ କରିଛନ୍ତି। ଶ୍ରୀକୃଷ୍ଣ ଥିଲେ ସ୍ବୟଂ ଯାଦବ। ସେ ଯେଉଁ ସ୍ଥାନରେ ରୁହନ୍ତି ସେ ସ୍ଥାନର ନାମ ଗୋକୁଳ। ତାଙ୍କ ଚିରନ୍ତନ ବାସସ୍ଥାନର ନାମ ଗୋଲୋକ ଅର୍ଥାତ ଗାଈମାନଙ୍କର ଲୋକ। ଗୋ ସହିତ ଗୋବିନ୍ଦ ଓ ତାଙ୍କ ଗୋଲୋକର ସମ୍ପର୍କ ଅବଧାରିତ। ଗୋ ସମ୍ପଦ ବିନା ଯେପରି କୃଷ୍ଣଙ୍କର ପରିକଳ୍ପନା କରାଯାଇନପାରେ ସେହିପରି ହଳଧାରୀ ବଳରାମଙ୍କ ବିନା କୃଷି କର୍ମଣର କଥା କୁହାଯାଇନପାରେ। ଏଥିପାଇଁ ପ୍ରତୀକାତ୍ମକ ଭାବେ ସୂର୍ଯ୍ୟୋଦୟ ପୂର୍ବରୁ ଯେବେ ଉଷାଙ୍କର ଆଗମନ ହୁଏ ସେ ୭ଟି ଗାଈ ସଂଯୋଜିତ ରଥରେ ଆଗମନ କରିଥାନ୍ତି। ଏଥିରୁ ଆମ ସଭ୍ୟତା ଓ ସଂସ୍କୃତି କିପରି ଗୋଲୋକର ଚତୁର୍ପାର୍ଶ୍ବରେ ପରିଭ୍ରମିତ ତାହା ସୂଚିତ ହୁଏ।

୪୨ ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

ପୁରୀ: ରଥ ନିର୍ମାଣର ସପ୍ତମ ଦିନରେ ବିନ୍ଧ କାର୍ଯ୍ୟ ଜାରି ରହିଛି। ଗତକାଲି ତିନିରଥର ମୁଖ୍ୟ ମହାରଣାଙ୍କ ଦ୍ୱାରା ତୁମ୍ବ ବିନ୍ଧ ଅନୁକୂଳ ପୂଜା ପରେ ତୁମ୍ବଗୁଡ଼ିକରେ ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଥିଲା। ତିନି ରଥର ୫୦ ଭାଗ ତୁମ୍ବଗୁଡ଼ିକରେ ବିନ୍ଧ କାର୍ଯ୍ୟ ଶେଷ ହୋଇଥିଲା। ଆଜି ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ତିନି ରଥର ମୋଟ ୪୨ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ତୁମ୍ବ ବିନ୍ଧଗୁଡ଼ିକର ସଂଶୋଧନ କାର୍ଯ୍ୟ ସହ ତୁମ୍ବ ବିନ୍ଧରେ ଅର କଣ୍ଟା ବସିବା ପାଇଁ ଅଗର ବିନ୍ଧ କରାଯିବ ବୋଲି ମୁଖ୍ୟ ମହାରଣାମାନେ ସୂଚନା ଦେଇଛନ୍ତି। ଏଥି ସହ କରତୀ ମହାରଣା ସେବକମାନେ ଆଉ ୪ଟି ତୁମ୍ବର ଘେରକଟା କାର୍ଯ୍ୟ ଶେଷ କରିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାରଶାଳରେ ତିନିରଥ ଓଝା କମାର ସେବକ ତିନି ରଥର ଅର କଣ୍ଟା ପ୍ରସ୍ତୁତି ସହ ତୁମ୍ବ ଅଖ ବିନ୍ଧରେ ବସିବା ପାଇଁ ପନ୍ଦାରି ବଳା ନିର୍ମାଣ ଜାରି ରଖିଛନ୍ତି। ଓଝା କମାର ସେବକ ତିନି ରଥର ତିନିଟି ଚକ ପାଇଁ ଆବଶ୍ୟକ ପନ୍ଦାରି ବଳା ନିର୍ମାଣ ସହ ଦୁଇ ଦୁଇଟି ଚକର ଅର କଣ୍ଟା ପ୍ରସ୍ତୁତ କରିଛନ୍ତି। ବାକି ଚକଗୁଡ଼ିକର ଅର କଣ୍ଟା ନିର୍ମାଣ ପାଇଁ ଜି.ଆଇ ଲୁହା ରଡ୍‌ ମାପ ପ୍ରକାରେ କାଟି ସାଇତିଛନ୍ତି। ଆଜି ୧୧୫ ଜଣ ସେବକ ରଥ ନିର୍ମାଣ ସେବା ଯୋଗାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe