୪୫ ଡିଗ୍ରି ଛୁଇଁବ ପାରଦ

ଆସନ୍ତା ସପ୍ତାହକ ଯାଏ ତତଲା ପାଲଟିବ ଓଡ଼ିଶା। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼....

temp

ଭୁବନେଶ୍ବର: ଆସନ୍ତା ସପ୍ତାହକ ଯାଏ ତତଲା ପାଲଟିବ ଓଡ଼ିଶା। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼, ସୁନ୍ଦରଗଡ଼ ପରି ସହର ପୁଣିଥରେ ରାଜ୍ୟରେ ଉତ୍ତପ୍ତ ପାଲଟିବ। ୯ ତାରିଖ ବେଳକୁ କେତେକ ସ୍ଥାନରେ ପାରଦ ୪୫ ଡିଗ୍ରି ଡେଇଁଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ୮ ତାରିଖରେ ଝାରସୁଗୁଡ଼ା‌ ଓ ସମ୍ବଲପୁର ସହରର ତାପମାତ୍ରା ୪୩ ଡିଗ୍ରି ଛୁଇଁବ। ୯ ତାରିଖରେ ଝାରସୁଗୁଡ଼ା ଓ ସମ୍ବଲପୁର ସହରର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରି ପହଞ୍ଚିବ। 

ଟିଟିଲାଗଡ଼, ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ୪୩ ଡିଗ୍ରି, ବୌଦ୍ଧରେ ୪୨, ବରଗଡ଼, ସୋନପୁର, ରାଉରକେଲା ସମେତ ଭୁବନେଶ୍ବର, ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ବାରିପଦା ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ। ୧୦ ଓ ୧୧ ତାରିଖରେ ସାରା ରାଜ୍ୟର ତାପମାତ୍ରା ୪୦ ଡିଗ୍ରି ଛୁଇଁବା ସହ ସବୁ ରେକର୍ଡ ଭାଙ୍ଗିବ। ପଶ୍ଚିମ ଓଡ଼ିଶାର ଅର୍ଧାଧିକ ସହର ତାପମାତ୍ରା ୪୫ ଡିଗ୍ରି ପାର୍‌ ହୋଇଯିବାର ଆଶଙ୍କା ରହିଛି।

ମେ’ ୮ରୁ ୧୩ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ଲହରୀ, ଉଷ୍ମ ଓ ଆର୍ଦ୍ର ଅବସ୍ଥା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ସହ ସତର୍କ ସୂଚନା ଜାରି ହୋଇଛି। ଅନ୍ୟପକ୍ଷରେ ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଫେରିଛି। ସମ୍ବଲପୁରରେ ସର୍ବାଧିକ ୪୧ ଡିଗ୍ରି ରହିଥିବା ବେଳେ ବଲାଙ୍ଗୀରରେ ୪୦.୮, ଝାରସୁଗୁଡ଼ାରେ ୪୦.୪, ଟିଟିଲାଗଡ଼ରେ ୪୦ ଡିଗ୍ରି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe