କାମୁଡ଼ିଥିବା ସନ୍ଦେହରେ ସାପ ଧରି ମେଡିକାଲ୍‌ରେ ପହଞ୍ଚିଲେ

କାମୁଡ଼ିଥିବା ସନ୍ଦେହରେ ସାପ ଧରି ମେଡିକାଲ୍‌ରେ ପହଞ୍ଚିଲେ

ବାମରା: ସାପ କାମୁଡ଼ି ଦେଇଥିବା ସନ୍ଦେହ କରି ଜଣେ ବ୍ୟକ୍ତି ସାପକୁ ଧରି ଡାକ୍ତରଖାନା ପହଞ୍ଚିଥିବା ଭଳି ଏକ ଘଟଣା ବାମରା ଗୋବିନ୍ଦପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ ବାମରା ସିଶାଲଫାର୍ମ ପଡ଼ା ନିବାସୀ କରୁଣାକର ରାଜହଂସ(୪୫) ନିଜ ଘରେ ରହି କାମ କରୁଥିବା କ୍ରମରେ ହଠାତ ଏକ ସାପ ଆସି ତାଙ୍କ ଗୋଡ଼ରେ ଛନ୍ଦି ଲଟକି ଯାଇଥିଲା। ଏହାପରେ କରୁଣାକର ଭୟଭୀତ ହେବା ସାଙ୍ଗକୁ କାଳେ ତାଙ୍କୁ ଉକ୍ତ ସାପଟି କାମୁଡ଼ି ଦେଇଥିବ ସନ୍ଦେହ କରିଥିଲେ।

ଅଘଟଣ ଆଶଙ୍କା କରି କରୁଣାକର ଉକ୍ତ ବିଷାକ୍ତ ସାପକୁ ଗୋଟିଏ ଅଖାରେ ଭର୍ତ୍ତି କରି ସିଧାସଳଖ ନିକଟସ୍ଥ ଗୋବିନ୍ଦପୁର ଡାକ୍ତରଖାନାକୁ ଧାଇଁଥିଲେ। ଏହା ଦେଖି ଗୋବିନ୍ଦପୁର ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ନାରାୟଣ ରାୟ ମଧ୍ୟ ଭୟଭୀତ ହୋଇ ପଡ଼ିଥିଲେ। ପରେ କରୁଣାକର ରାଜହଂସଙ୍କ ରକ୍ତ ନମୁନା ସଂଗ୍ରହ ସହ ପରୀକ୍ଷା ନିରୀକ୍ଷା କରିବା ପରେ ସେ ବିପଦମୁକ୍ତ ଥିବା ଜାଣିବା ପରେ ସାପକୁ ଛାଡ଼ି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe