ମା’କୁ ହତ୍ୟା କରି ଆଜୀବନ ସଜା କାଟିଥିଲା, ଏବେ ସ୍ତ୍ରୀକୁ ହତ୍ୟା ଉଦ୍ୟମ କରି ଜେଲ୍‌ଗଲା ଅଭିଯୁକ୍ତ

Advertisment
ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

କେସିଙ୍ଗା: କଳାହାଣ୍ଡି ଜିଲ୍ଲା ପଲମ ଫାଣ୍ଡି କର୍ମେଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ଗୋବର୍ଦ୍ଧନ ପ୍ରଧାନ ନିଜ ମା’କୁ ହତ୍ୟା କରି ଜେଲ୍ ଯାଇଥିଲା। ଆଜୀବନ ସଜା ଭୋଗିଥିବା ଗୋବର୍ଦ୍ଧନ ଗତ ମାର୍ଚ୍ଚ ୧୦ ତାରିଖ ଫେରିବା ପରେ ପୁଣି ନିଜ ସ୍ତ୍ରୀକୁ ହତ୍ୟା ଉଦ୍ୟମ କରି ଜେଲ୍ ଯାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାମତେ, ଗତ ମାର୍ଚ୍ଚ ୧୦ରେ ସଜା କାଟି ଗୋବର୍ଦ୍ଧନ ଘରକୁ ଫେରିଥିଲା। ଗୋବର୍ଦ୍ଧନ ସୁଧୁରି ଯାଇଥିବା ଘର ଲୋକ ଭାବୁଥିବା ବେଳେ ପୁଣି ସ୍ତ୍ରୀ ଓ ପିଲାଛୁଆଙ୍କ ଉପରେ ଆରମ୍ଭ କରିଥିଲା ଅକଥନୀୟ ଅତ୍ୟାଚାର। ସ୍ତ୍ରୀ ସାକ୍ଷୀ ଦେଇଥିଲା ବୋଲି ତାକୁ ମାରିବ ବୋଲି ବାରମ୍ବାର କହୁଥିଲା। ଶୁକ୍ରବାର ରାତିରେ ସ୍ତ୍ରୀ ଗୌରୀ ପ୍ରଧାନଙ୍କୁ ଏକ ରଫାରେ ମାରିଦେବାର ଉଦ୍ୟମ କରୁଥିଲା। ଏହି ସମୟରେ ନିଜ ଝିଅ ଉଠି ତାକୁ ଠେଲି ଦେବା ସହ ପାଟି କରିଥିଲା। ଫଳରେ ଘର ଲୋକେ ତଥା ପଡ଼ୋଶୀ ଉଠି ତାକୁ କାବୁ କରି ପୁଲିସ୍‌କୁ ଖବର କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରି ଗୋବର୍ଦ୍ଧନକୁ ଗିରଫ କରି କୋର୍ଟଚାଲାଣ କରିଛି। ପ୍ରକାଶଥାଉକି ୨୦୦୫ ମସିହାରେ ଗୋବର୍ଦ୍ଧନ ମା’କୁ ପଥରରେ ଛେଚି ହତ୍ୟା କରିବା ଘଟଣାରେ ଜେଲ୍ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe