ଭାଇକୁ ଉଦ୍ଧାର କରିବାକୁ ଯାଇ ଭାଇର ମୃତ୍ୟୁ

Advertisment
ତର୍ପଣ ସମୟରେ ଭାସିଗଲେ ଦୁଇ ଭାଇ

Asia Times

ପଟ୍ଟାମୁଣ୍ତାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବନ୍ୟା ଜଳରେ ଭାସି ଯାଉଥିବା ଭାଇକୁ ଉଦ୍ଧାର କରିବାକୁ ଯାଇ ଭାଇ ପ୍ରାଣ ହରାଇଛି। ଜଣେ ଭାଇ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅନ୍ୟ ଭାଇର ପ୍ରାଣ ଯିବା ଘଟଣା ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି।

ବ୍ରାହ୍ମଣୀ ନଦୀରେ ଏବେ ପୁଣି ବନ୍ୟା ପାଣି ଆସିଥିବା ବେଳେ ଆଜି ଏଭଳି ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ ସୁନିଲ ସାହୁ(୨୧) ପଟ୍ଟାମୁଣ୍ଡାଇ କଲେଜରେ ଯୁକ୍ତ-୩ ବାଣିଜ୍ୟ ଶେଷ ବର୍ଷର ଛାତ୍ର। ଆଜି ସୁନିଲ ତାଙ୍କ ସାନ ଭାଇ ସହ ପଟ୍ଟାମୁଣ୍ଡାଇ ବଜାରକୁ ସାଇକଲ ଯୋଗେ ଆସୁଥିଲେ। ମଣ୍ଡପଡା ଗ୍ରାମର ସାହୁସାହି ରାସ୍ତା ବନ୍ୟାରେ ପାଣିରେ ବୁଡ଼ି ରହିଥିବା ବେଳେ ଭାରସାମ୍ୟ ହରାଇ ସୁନିଲଙ୍କ ଭାଇ ସାଇକଲ୍‌ରୁ ତଳକୁ ଖସି ପଡ଼ିଥିଲେ। ଭାଇକୁ ଉଦ୍ଧାର କରିବାକୁ ଯାଇ ସୁନିଲ ବି ପାଣି ଭିତରେ ପଡ଼ି ଯାଇଥିଲେ। କିଛି ସମୟ ପାଣିରେ ବୁଡ଼ି ରହି ସେ ଆଉ ଉପରକୁ ଉଠି ନ ଥିଲେ। ଏହିସମୟରେ ତାଙ୍କ ଭାଇ ଚିତ୍କାର କରିବାରୁ ଗାଁ ଲୋକେ ସେଠାରେ ପହଞ୍ଚି ସୁନିଲଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ‌ପଟ୍ଟାମୁଣ୍ଡାଇ ମେଡିକା‌ଲ୍‌କୁ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe