ବାଇକ୍‌ରେ ଯିବା ସମୟରେ ନିୟନ୍ତ୍ରଣ ହରାଇଲେ ପ୍ରଧାନଶିକ୍ଷକ, ଡମ୍ପରକୁ ଧକ୍କା ଦେଇ ମୃତ୍ୟୁ

Advertisment
ବାଇକ୍‌ରେ ଯିବା ସମୟରେ ନିୟନ୍ତ୍ରଣ ହରାଇଲେ ପ୍ରଧାନଶିକ୍ଷକ, ଡମ୍ପରକୁ ଧକ୍କା ଦେଇ ମୃତ୍ୟୁ

ନୂଆପଡା: ବୋଡେନ ବ୍ଲକ ଅଁଲାଭଟା ଗାଁର ସରକାରୀ ଶିକ୍ଷକ ଦୁର୍ବଳ ସୁନାନୀଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ବିନପୁର ଗାଁର ମୃତକ ଦୁର୍ବଳ ସୁନାନୀ ଅଂଲାଭଟା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ରହିଥିଲେ। ସେ ମୋଟର ସାଇକେଲ ଯୋଗେ ବିନପୁରରୁ ତରବୋଡ ନବୋଦୟ ସ୍କୁଲକୁ ତାଙ୍କ ପୁଅକୁ ସାକ୍ଷାତକରିବା ପାଇଁ ଯାଉଥିବାବେଳେ ରଜନା ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ଡମ୍ପର ଗାଡିରେ ପିଟି ହୋଇଯାଇଥିଲେ ଫଳରେ ତାଙ୍କୁ ସ୍ଥାନୀୟ ଲୋକଙ୍କର ସହାୟତାରେ ଗୁରୁତର ଭାବରେ ପ୍ରଥମେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ତାଙ୍କ ସ୍ବାସ୍ଥ୍ୟରେ ଅବନତି ଘଟିବାରୁ ତାଙ୍କୁ ବୁର୍ଲା ହସପିଟଲକୁ ସ୍ଥାନାନ୍ତରିତ କରାଯାଇଥିଲା। ବୁର୍ଲା ହସପିଟଲରେ ପ୍ରଧାନଶିକ୍ଷକ ଦୁର୍ବଳ ସୁନାନୀଙ୍କ ମୃତ୍ୟୁ ଘଟିଛି। ଏହି ଖବର ଜାଣିବା ପରେ ରୁନିବସା ଗାଁରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe