ପତାକା ଉତ୍ତୋଳନ ପୂର୍ବରୁ ରାସ୍ତାରେ ଟଳିପଡ଼ିଲେ ପ୍ରଧାନ ଶିକ୍ଷକ

Advertisment
ପତାକା ଉତ୍ତୋଳନ ପୂର୍ବରୁ ରାସ୍ତାରେ ଟଳିପଡ଼ିଲେ ପ୍ରଧାନ ଶିକ୍ଷକ

କୃଷ୍ଣପ୍ରସାଦ: ଆଜି ସ୍ବାଧୀନତା ଦିବସ। ବିଦ୍ୟାଳୟରେ ପତାକା ଉତ୍ତୋଳନ ହେବ। ଏଥିଲାଗି କୃଷ୍ଣପ୍ରସାଦ ବ୍ଳକ୍ ମଲେଶ୍ଵରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ସକାଳୁ ସକାଳୁ ସ୍କୁଲକୁ ବାହାରିଲେ। ସେ ପ୍ରତିଦିନ ଭଳି ଆଜି ବି ନିଜ ସ୍କୁଟିରେ ବିଦ୍ୟାଳୟକୁ ଯାଉଥିଲେ। ହେଲେ ବାଟରେ ଭାରସାମ୍ୟ ହରାଇ ସେ ତଳେ ପଡ଼ିଯାଇଥିଲେ।

ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମାଲୁଦର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଫୁଲ୍ଲଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe