ମଦ ପିଇବା ମହଙ୍ଗା ପଡ଼ିଲା: ଗାଳି କରିବାରୁ ପ୍ରଧାନଶିକ୍ଷକ ନିଲମ୍ବିତ

Advertisment
ମଦ ପିଇବା ମହଙ୍ଗା ପଡ଼ିଲା: ଗାଳି କରିବାରୁ ପ୍ରଧାନଶିକ୍ଷକ ନିଲମ୍ବିତ

ବାଲେଶ୍ୱର: ପ୍ରଧାନଶିକ୍ଷକଙ୍କ ପାଇଁ ମଦ ପିଇବା ମହଙ୍ଗା ପଡ଼ିଛି। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ହାଟୁଆରୀ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ଶଙ୍କର୍ଷଣ ଦାସଙ୍କୁ ଗୁରୁବାର ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ସିମୁଳିଆ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଶଙ୍କର୍ଷଣ ଦାସଙ୍କୁ ଗିରଫ କରାଯାଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ପ୍ରଧାନଶିକ୍ଷକ ଶଙ୍କର୍ଷଣ ଦାସ ମଦ ପିଇ ଗାଳିଗୁଲଜ କରିଥିଲା। ନିଲମ୍ବନ ନେଇ ବିଇଓ ୫୪/୧୮ରେ ଏକ ଚିଠି ଜାରି କରିଛନ୍ତି।

ଏମିତି ଚାଲିଛି ସର୍ବଶିକ୍ଷା ଅଭିଯାନ

କେନ୍ଦ୍ର ସରକାରଙ୍କ ସର୍ବଶିକ୍ଷା ଅଭିଯାନ ଯୋଜନାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନ, ପୁସ୍ତକ ଓ ପୋଷାକ ମିଳୁଛି। ପିଲାମାନଙ୍କ ଖେଳକୁଦ ସାମଗ୍ରୀ ମଧ୍ୟ ମିଳୁଛି। ସେଗୁଡ଼ିକର ଉପଯୋଗ ହୋଇ ପାରୁନାହିଁ। ଅନେକ ସମୟରେ ମଧ୍ୟାହ୍ନ ଭୋଜନରେ ଅପଦାର୍ଥ ଦେଖିବାକୁ ମିଳୁଛି। ଗଣମାଧ୍ୟମରେ ଖବର ପ୍ରକାଶନ ହେଉଥିଲେ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷମାନେ ସଚେତନ ରହୁ ନାହାଁନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ, ଶିକ୍ଷକମାନେ ଅଧିକ ଦରମା ଦାବି ନେଇ ବିଧାନସଭା ସମ୍ମୁଖରେ ଧାରଣା ଦେବାକୁ ଯେତିକି ବଡ଼ ଭାବନ୍ତି ପିଲାମାନଙ୍କୁ ଭଲ ପାଠ ପଢ଼ାଇ ମଣିଷ କରିବା ପାଇଁ ସେତେ ଚିନ୍ତା କରି ନଥାନ୍ତି। ଏଥି ପାଇଁ କେବଳ ବିଦ୍ୟାଳୟ ପରିଚାଳନା କମିଟି ଓ ଶିକ୍ଷକମାନେ ଦାୟୀ ନୁହଁନ୍ତି ଅଧିକାରୀଙ୍କ ଦାୟିତ୍ୱ ରହିଛି। ବିଦ୍ୟାଳୟଗୁଡ଼ିକରେ ଠିକ୍‌ ରୂପେ ନୀରିକ୍ଷଣ ହେଉ ନଥିବାରୁ ସୋର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି ବୋଲି ବୁଦ୍ଧିଜୀବୀ ମତ ଦିଅନ୍ତି।

publive-imageବିଇଓ ମାୟାଧର ସାହୁ କହିଛନ୍ତି, ପ୍ରଧାନଶିକ୍ଷକ ସରକାରୀ ଆଚରଣ ବିଧିଉଲଂଘନ କରିଛନ୍ତି। ହାଟୁଆରୀ ପ୍ରଧାନଶିକ୍ଷକ ଶଙ୍କର୍ଷଣଙ୍କ ନାମରେ ଅଭିଯୋଗ ଆସି ଥିଲା। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ଆଦେଶ ଆସିବା ପରେ ତାଙ୍କୁ ନିଲମ୍ବନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe