କେନାଲ ପାଖ ଗଛରୁ ପ୍ରଧାନ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Advertisment
କେନାଲ ପାଖ ଗଛରୁ ପ୍ରଧାନ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ନାରାୟଣପୁର: ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଚୁଡାକୁଟି ନାରାୟଣପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ନାରାୟଣପୁର କେନାଲ ପାଖରେ ଥିବା ଏକ ଗଛ ଡାଳରୁ ଜଣେ ପ୍ରଧାନ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଶିକ୍ଷକ ଜଣଙ୍କ ବ୍ରାହ୍ମଣିପାଳ ବିବି ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ପଣ୍ଡା ବୋଲି ଜଣାପଡିଛି।

ସୂଚନା ଅନୁସାରେ ଗତ କିଛି ବର୍ଷ ହେବ ସୁରେନ୍ଦ୍ରଙ୍କର ଏକ ମାମଲା କୋର୍ଟରେ ଚାଲିଥିଲା। ଗତ କାଲି ରାତିରେ ସୁରେନ୍ଦ୍ର ଘରକୁ ଫେରି ନ ଥିଲେ । ସେଥିପାଇଁ ତାଙ୍କୁ କେହି ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି ।

୨ ମାସ ପରେ ମୃତ ପ୍ରଧାନ ଶିକ୍ଷକ ଅବସର ଗ୍ରହଣ କରିଥାନ୍ତେ ବୋଲି ଜଣାପଡିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଧାମନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe