ଅସ୍ବାଭାବିକ ଭାବେ ବଢ଼ୁଛି ବାଳକଙ୍କ ମୁଣ୍ଡ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

Advertisment
ଅସ୍ବାଭାବିକ ଭାବେ ବଢ଼ୁଛି ବାଳକଙ୍କ ମୁଣ୍ଡ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଧଣ୍ତାମୁଣ୍ତା: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ପଡ଼ିଆବାହାଲ ପଂଚାୟତ ପାଚେର ଗାଁର ଅନିରୁଦ୍ଧ ରଣାଙ୍କ ପୁଅ ମୁକେଶ ରଣା (୧୫ ବର୍ଷ)ଙ୍କ ମୁଣ୍ତ ଅସ୍ବାଭାବିକ ଭାବେ ବଢ଼ିବାରେ ଲାଗିଛି। ଅନିରୁଦ୍ଧଙ୍କ କହିବା ଅନୁସାରେ, ଜନ୍ମର ବର୍ଷକ ପରେ ମୁକେଶର ମୁଣ୍ତ ବଢୁଥିବାର ସେମାନେ ଜାଣିବାକୁ ପାଇଥିଲେ। ଆଖପାଖ ବିଭିନ୍ନ ଡାକ୍ତରଖାନା ସହିତ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ। ତଥାପି କୌଣସି ଫଳ ମିଳିନଥିଲା। ବାହାର ବଡ଼ ଡାକ୍ତରଖାନାକୁ ଯାଇ ଉଚ୍ଚତର ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥାଭାବ ରହିଛି। ଫଳରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ପୁଅର ଚିକିତ୍ସା ପାଇଁ ସରକାରୀ ସାହାଯ୍ୟ ଏବଂ ଭିନ୍ନକ୍ଷମ ଭତ୍ତା ପାଇଁ ପଂଚାୟତ ଓ ବ୍ଲକ୍‌ ପ୍ରଶାସନକୁ ଗୁହାରି କଲେ ମଧ୍ୟ ମିଳୁ ନାହିଁ ବୋଲି ଅନିରୁଦ୍ଧ ଅଭିଯୋଗ କରିଛନ୍ତି। ଏ ବିଷୟରେ ପଡ଼ିଆବାହାଲ ସରପଂଚ ରାଧିକା ପଧାନଙ୍କୁ ପଚରାଯିବାରୁ ବାଳକଟିକୁ ସାମର୍ଥ୍ୟ ଶିବିରଗୁଡ଼ିକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତରୀ ସାଟିର୍ଫିକେଟ ନମିଳିବାରୁ ତାଙ୍କୁ ଭତ୍ତା ଯୋଜନାରେ ସାମିଲ କରିହେଉନି, ଭିନ୍ନକ୍ଷମ ପ୍ରମାଣପତ୍ର ଦାଖଲ କଲେ ତୁରନ୍ତ ଭତ୍ତାର ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe