ଧରାପଡ଼ିଲା ଅନ୍‌ଲାଇନ୍‌ ଠକସଂସ୍ଥାର ମୁଖ୍ୟ, ବୃନ୍ଦାବନରୁ ଗିରଫ

କୋଟିକୋଟି ଟଙ୍କା ହଡ଼ପ କରିଛି

ଦ୍ବିତୀୟ ବିବାହ କରି ବନ୍ଧା ହେଲା ସ୍ୱାମୀ

India Today

ବାଲେଶ୍ବର : ଓଡ଼ିଶା ସମେତ ଅନ୍ୟ ରାଜ୍ୟରୁ କୋଟିକୋଟି ଟଙ୍କା ହଡ଼ପ କରିଥିବା ‘ଡିଜିଟାଲ୍‌ ରିଭୋଲ୍ୟୁସନ୍‌ ଟେକ୍ନୋଲୋଜି ସଂସ୍ଥା’ର ମୁଖ୍ୟ ପ୍ରିନ୍‌ସ କୁମାରକୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ବୃନ୍ଦାବନରୁ ଗିରଫ କରିଛି। ମଥୁରା ସିଜେଏମ୍‌ ଅଦାଲତରେ ଅଭିଯୁକ୍ତକୁ ହାଜର କରାଯିବା ପରେ କ୍ରାଇମବ୍ରାଞ୍ଚ ତାକୁ ଟ୍ରାନଜିଟ୍ ରିମାଣ୍ତରେ ବାଲେଶ୍ବର ଆଣୁଛି। ଆସନ୍ତାକାଲି ତାକୁ ବାଲେଶ୍ବର ଚିଟ୍‌ଫଣ୍ତ ଅଦାଲତରେ ହାଜର କରାଯିବ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ପ୍ରିନ୍‌ସ କୁମାରର ଘର ବିହାର ମୁଜାଫରପୁର ଅଞ୍ଚଳରେ। ଡିଜିଟାଲ୍‌ ମାକେର୍ଟିଂର ଦ୍ବାହି ଦେଇ ସେ ‘ମାଇଁ ପେ’, ‘ମାଇଁ ଟ୍ୟୁବ ୱାଲର୍ଡ’, ‘ଚିଠି’, ‘ଗୋଗେମ୍‌ ଇଲେଭେନ’, ‘ସପ୍‌ ସବକୁଛ୍’, ‘ଭିଡସ୍‌କପ୍‌’ ଆଦି ବିଭିନ୍ନ କମ୍ପ୍ୟୁଟର ଆପ୍ଲିକେସନ୍‌ ଜରିଆରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ୬ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହଡ଼ପ କରିନେଇଥିଲା। କରୋନାକୁ ଆଖି ଆଗରେ ରଖି ଅଳ୍ପ ସମୟରେ ଅଧିକ ରୋଜଗାରର ଆଶା ରଖି ଲୋକମାନେ ଟଙ୍କା ଜମା କରିଥିଲେ। ଏକ ପିରାମିଡ୍ ଷ୍ଟ୍ରକ୍‌ଚର (ନେଟ୍‌ୱାର୍କ ବିଜନେସ୍‌) ମାଧ୍ୟମରେ ଖୁବ୍‌ଶୀଘ୍ର ଓ ସହଜରେ କିଭଳି ଅର୍ଥ ରୋଜଗାର କରାଯିବ, ସେ ସମ୍ପର୍କରେ ଲୋକଙ୍କୁ ଭୂତାଇ ପ୍ରିନ୍‌ସ କୁମାର ଟଙ୍କା ଲୁଟିବାରେ ସକ୍ଷମ ହୋଇଥିଲା। ତେବେ ତଦନ୍ତ ଜାରି ରହିଥିବାରୁ କ୍ରାଇମବ୍ରାଞ୍ଚ ଏ ସଂକ୍ରାନ୍ତରେ କୌଣସି ସୂଚନା ଦେଇନାହିଁ।

ଅଭିଯୁକ୍ତ ମୋବାଇଲ ଆପ୍ ଜରିଆରେ ବିଭିନ୍ନ ବ୍ୟକ୍ତିଙ୍କୁ ଯୋଗାଯୋଗ କରି ତାଙ୍କ ନାଁରେ ଆଇଡି ଖୋଲୁଥିଲା। ୧୫ ହଜାର ଟଙ୍କା ଜମାକଲେ ମାସିକ ୨୬୦୦ ଟଙ୍କା କରି ଦୁଇବର୍ଷ ପର୍ଯ୍ୟନ୍ତ ଜମାକାରୀଙ୍କୁ ଅର୍ଥ ଫେରସ୍ତ ସହ ଜମାଟଙ୍କାର ୨ ଗୁଣା ଅର୍ଥ ମିଳିବ ବୋଲି ଅନ୍‌ଲାଇନ୍‌ରେ ପ୍ରଚାର କରୁଥିଲା। ୨୦୨୦ ମସିହା କରୋନା ସମୟରେ ପ୍ରିନ୍‌ସ କୁମାର ବାଲେଶ୍ବର ଆସି ସହର ଉପକଣ୍ଠ ଭୀମପୁରା ଅଞ୍ଚଳର ଏକ ହୋଟେଲରେ ରହି କିଛି ଲୋକଙ୍କୁ ଏକାଠି କରିଥିଲା ଏବଂ ସେମାନଙ୍କ ମୋବାଇଲରେ ଆଇଡି ଖୋଲି ୧୫ ହଜାର ଟଙ୍କା ଲେଖା ଜମା କରାଇଥିଲା। ଟଙ୍କା ଜମା ପରେ ମାସେ, ଦୁଇମାସ ପଇସା ଆସିବା ପରେ ବନ୍ଦ ହୋଇ ଯାଇଥିଲା। ଠକାମିର ଶିକାର ହୋଇଥିବା ପ୍ରଶାନ୍ତ କୁମାର ମହାଳିକ ନାମକ ଜଣେ ଯୁବକ ଏ ନେଇ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ତାଙ୍କ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଆଇପିସି ୪୦୬, ୪୨୦, ୪୬୭, ୪୬୮, ୪୭୧, ୧୨୦ (ବି), ଆଇଟି ଆଇନର ଧାରା ୬୬, ଓପିଆଇଡିର ଧାରା ୬, ପ୍ରାଇଜ୍ ଚିଟିଂ ଓ ମନି ସର୍କୁଲେସନ ବ୍ୟାନିଂ ଆକ୍ଟ ୪, ୫ ଓ ୬ ଧାରାରେ ଉକ୍ତ ସଂସ୍ଥା ବିରୋଧରେ ମାମଲା ରୁଜୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe