ନିର୍ବାଚନ ଆଚରଣ ବିଧି ଫୁ: ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାରରେ ଭାଷଣ ଦେଲେ ପ୍ରଧାନଶିକ୍ଷକ

Advertisment
ନିର୍ବାଚନ ଆଚରଣ ବିଧି ଫୁ: ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାରରେ ଭାଷଣ ଦେଲେ ପ୍ରଧାନଶିକ୍ଷକ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଫେବ୍ରୁଆରି ୧୮ରେ କୋରକୋଣ୍ଡା ଏବଂ ଖଇରପୁଟ ବ୍ଲକର ୩ଟି ଜୋନରେ ନିର୍ବାଚନ ହେବ। ତେବେ କୋରକୋଣ୍ଡା ବ୍ଲକର ଏମଭି-୩୬ ଗ୍ରାମରେ ବିଜେଡି ତରଫରୁ ନିର୍ବାଚନୀ ପ୍ରଚାର ଚାଲୁଥିବା ବେଳେ ମାଲକାନଗିରି ବ୍ଲକର ଟିଟିବିରି ସ୍କୁଲର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ହାଲଦାର ପ୍ରଚାର କାର୍ଯ୍ୟରେ ଯୋଗ ଦେବା ସହ ଲୋକଙ୍କୁ ଭାଷଣ ମାଧ୍ୟମରେ ଦଳକୁ ଭୋଟ ଦେବା ପ୍ରବର୍ତ୍ତାଉଥିବା ନେଇ ବିଜେପି ଅଭିଯୋଗ କରିଛି।

ସରକାରଙ୍କର ନିର୍ଦେଶ ରହିଥିଲା ଯେ କୌଣସି ସରକାରୀ କର୍ମଚାରୀ ନିର୍ବାଚନୀ ପ୍ରଚାରରେ ଭାଗ ନେବେ ନାହିଁ କି ପ୍ରଚାର କାର୍ଯ୍ୟରେ ଯୋଗ ଦେବେ ନାହିଁ। ତେବେ ସରକାରଙ୍କର ନିର୍ଦେଶକୁ ଫୁ କରି ଏହି ପ୍ରଧାନଶିକ୍ଷକ ଜଣକ ବିଜେଡି ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସ୍କୁଲ ଚାଲିଥିବା ବେଳେ ସେ କିପରି ସ୍କୁଲ କାର୍ଯ୍ୟ ଛାଡି ନିର୍ବାଚନୀ ପ୍ରଚାରରେ ଯୋଗ ଦେଲେ ଏବେ ତାହା ତଦନ୍ତ ସାପେକ୍ଷ। ମୃତ୍ୟୁଞ୍ଜୟ ହାଲଦାରଙ୍କ ଭଳି ଅନେକ ଶିକ୍ଷକ ନିର୍ବାଚନୀ ପ୍ରଚାରରେ ଭାଗ ନେଉଥିବା ବିରୋଧୀ ଅଭିଯୋଗ କରିଛି।

ଆଜି ବିଜେପି ଏହି ଶିକ୍ଷକଙ୍କ ପ୍ରଚାର ଫଟୋକୁ ଭାଇରାଲ କରିବା ସହ ନିର୍ବାଚନୀ ଅଧିକାରୀଙ୍କୁ ଏନେଇ ପ୍ରଶ୍ନ କରିଛି। ଯଦି ସରକାରୀ କର୍ମଚାରୀମାନେ ସରକାରୀ ଦଳକୁ ସହଯୋଗ କରିବେ ଏବଂ ପ୍ରଚାର କାର୍ଯ୍ୟରେ ଯୋଗ ଦେବେ ତେବେ କିପରି ଦାଦାଗିରି ଚାଲିଛି ତାହା ସହଜରେ ଅନୁମେୟ ବୋଲି କହିଥିଲେ। ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନକଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ବିଜେପି ଧମକ ଦେଇଛି। ଯେହେତୁ ଏହି ଶିକ୍ଷକ ଜଣକ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟର , ତେଣୁ ଏହି ବିଭାଗର ଜିଲ୍ଲା ଅଧିକାରୀ ଡିଡବ୍ଲୁଓଙ୍କୁ କୃପାସିନ୍ଧୁ ବେହେରାଙ୍କୁ ପଚାରିବାରୁ ଯେଉଁ ଶିକ୍ଷକ ବଦମାସି କରିବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe