ହାତରେ ଝାଡୁ ଧରି ବିଦ୍ୟାଳୟ ପରିସରକୁ ସଫା କରୁଛନ୍ତି ପ୍ରଧାନ ଶିକ୍ଷକ

ହାତରେ ଝାଡୁ ଧରି ବିଦ୍ୟାଳୟ ପରିସରକୁ ସଫା କରୁଛନ୍ତି ପ୍ରଧାନ ଶିକ୍ଷକ

ପାରଳାଖେମୁଣ୍ଡି: ପ୍ରଧାନ ଶିକ୍ଷକଙ୍କ ହାତରେ ଝାଡୁ । ପ୍ରତିଦିନ ସକାଳୁ ସ୍କୁଲ ପରିସରରେ ଝାଡୁ ମାରୁଛନ୍ତି ନିଜେ ପ୍ରଧାନ ଶିକ୍ଷକ । କାରଣ ଦୀର୍ଘ ବର୍ଷ ହେଲା ସ୍କୁଲରେ ଝାଡୁଦାର  ନାହାନ୍ତି। ଏହି ପଦବି ଖାଲି ପଡ଼ିଛି । ତେଣୁ ଜଗପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଜେ ସଫେଇ କର୍ମଚାରୀ ପାଲଟି ଯାଇଛନ୍ତି ।

ହାତରେ ଝାଡୁ ଧରି ବିଦ୍ୟାଳୟ ପରିସରକୁ ସଫା କରୁଛନ୍ତି ଜଣେ ବ୍ୟକ୍ତି । ଆଉ ଦୁଇ ଜଣେ ମଧ୍ୟ ସହଯୋଗ କରୁଛନ୍ତି । ଆପଣମାନେ ଭାବୁଥିବେ ସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ବା ଝାଡୁଦାର ସଫେଇ କାମରେ ଲାଗିଛନ୍ତି । ହେଲେ, ନାଁ, ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଏଠି ସଫେଇ କର୍ମଚାରୀ ସାଜିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃଷକେତୁ ଦାସ । ଆଉ ଏ ଦୃଶ୍ୟ ହେଉଛନ୍ତି, ପାରଳାଖେମୁଣ୍ଡି ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟର ।

ସ୍କୁଲ ପରିସରରୁ ନିଜ ହାତର ସଫା କରୁଥିବା ପ୍ରଧାନ ଶିକ୍ଷକଙ୍କ କହିବା କଥା, ଶିକ୍ଷକତା ଏକ ସାଧନା । କେବଳ ବେଲ୍ ଆଉ ବିଲ୍କୁ ଦେଖିଲେ, ଶିକ୍ଷକତା ସମ୍ଭବ ନୁହେଁ । ଜଣେ ଶିକ୍ଷକଙ୍କ ପାଇଁ ସ୍କୁଲ ନିଜ ଘର ଭଳି, ତେଣୁ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟରେ ଯୋଗ ଦେବା ଦିନରୁ ଉନ୍ନତ ଶିକ୍ଷାଦାନ ସହ ଉତମ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ନିରନ୍ତ ଚେଷ୍ଟା ଚଳାଇ ଆସୁଛନ୍ତି ପ୍ରଧାନ ଶିକ୍ଷକ ବୃଷକେତୁ ଦାସ । ହେଲେ ସ୍କୁଲରେ ବିଭିନ୍ନ ବିଭିନ୍ନ ବିଭାଗରେ ପଦବି ଖାଲି ପଡିବା କ୍ଷୋଭର ବିଷୟ ବୋଲି କହିଛନ୍ତି ପୁରାତନ ଛାତ୍ର ।

ମୋ ସ୍କୁଲ ଅଭିଯାନରେ ଅନେକ ସ୍କୁଲକୁ ସ୍ମାର୍ଟ ସ୍କୁଲରେ ପରିଣତ କରାଯାଉଛି । କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ସରକାର । ହେଲେ ଶହେ ବର୍ଷ ତଳର ବିଦ୍ୟାଳୟରେ ଶିକ୍ଷକ, ଝାଡୁଦାର ପାଲଟିବା ଘଟଣା ନିହାତି ଦୁଃଖର ବିଷୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe