ଛେପ ଚାଟିବାକୁ ବାଧ୍ୟ କଲେ ପ୍ରଧାନଶିକ୍ଷକ: ସେବାଶ୍ରମରେ ମଧ୍ୟାହ୍ନ ଭୋଜନ ହଡ଼ପ ଘଟଣା

Advertisment

ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ କୁଜାମେଣ୍ଢି ପଞ୍ଚାୟତ ପ୍ରଧାନପଡ଼ା ସେବାଶ୍ରମରେ ଗତ ୭ ତାରିଖ ଦିନ ଶିକ୍ଷକଙ୍କ ଅନୁପସ୍ଥିତ ସାଙ୍ଗକୁ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହେବା ଘଟଣାକୁ ନେଇ ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ଏବେ....

ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ କୁଜାମେଣ୍ଢି ପଞ୍ଚାୟତ ପ୍ରଧାନପଡ଼ା ସେବାଶ୍ରମରେ ଗତ ୭ ତାରିଖ ଦିନ ଶିକ୍ଷକଙ୍କ ଅନୁପସ୍ଥିତ ସାଙ୍ଗକୁ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହେବା ଘଟଣାକୁ ନେଇ ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ଏବେ....

ଆନ୍ଦୋଳନକୁ ଓହ୍ଲାଇବ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ମିଳିତ ମଞ୍ଚ: ରାଜ୍ୟ ସରକାରଙ୍କୁ ୧ମାସର ମହଲତ

ନୟାଗଡ଼: ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ କୁଜାମେଣ୍ଢି ପଞ୍ଚାୟତ ପ୍ରଧାନପଡ଼ା ସେବାଶ୍ରମରେ ଗତ ୭ ତାରିଖ ଦିନ ଶିକ୍ଷକଙ୍କ ଅନୁପସ୍ଥିତ ସାଙ୍ଗକୁ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହେବା ଘଟଣାକୁ ନେଇ ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ଏବେ ପ୍ରତିଶୋଧ ପରାୟଣ ହୋଇଛନ୍ତି ପ୍ରଧାନଶିକ୍ଷକ ବୈକୁଣ୍ଠ ନାଏକ। ସୂଚନାଦାତାଙ୍କୁ ବିଦ୍ୟାଳୟକୁ ଡାକି ଆକ୍ରମଣ କରିବା ସହ ମିଥ୍ୟା ମାମଲାରେ ଫସାଇବାକୁ ବାଣିଗୋଛା ଥାନାରେ ଏତଲା ଦେଇଥିବା ଅଭିଯୋଗ ହୋଇଛି। 

ଗତ ୭ ତାରିଖରେ ଉକ୍ତ ସେବାଶ୍ରମ ଖୋଲାଥିବା ବେଳେ ବିଦ୍ୟାଳୟରେ ଶିକ୍ଷକ କିମ୍ବା ପାଚିକା କେହି ବି ଉପସ୍ଥିତ ନଥିଲେ। ପାଚିକାଙ୍କ ଆନ୍ଦୋଳନ ଥିବାବେଳେ ସମ୍ପୃକ୍ତ ପ୍ରଧାନଶିକ୍ଷକ ଶ୍ରୀ ନାଏକ ବିଳମ୍ବରେ ବିଦ୍ୟାଳୟରେ ପହଞ୍ଚିଥିଲେ ଏବଂ ମଧ୍ୟାହ୍ନ ଭୋଜନ ଦିଆଯାଇନଥିବା ସ୍ବୀକାର କରିଥିଲେ। ହେଲେ ୧୮ ଜଣ ପିଲା ମଧ୍ୟାହ୍ନ ଭୋଜନ ଖାଇଥିବା ନେଇ କିଭଳି ରିପୋର୍ଟ ଦିଆଯାଇଛି ବୋଲି ପଚାରିବାରୁ ତାହାକୁ ଏଡ଼ାଇ ଯାଇଥିଲେ। ଯାହାକୁ ନେଇ ଗତ ୯ ତାରିଖରେ ‘ଆସିଲେନି ଶିକ୍ଷକ, ମିଳିଲାନି ମଧ୍ୟାହ୍ନ ଭୋଜନ’ ଶୀର୍ଷକ ଖବର ‘ସମ୍ବାଦ’ରେ ପ୍ରକାଶିତ ହୋଇଥିଲା। ଏହି ଖବର ପ୍ରକାଶନ ପରେ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ (ପିଏମ୍‌ପି) ପୋର୍ଟାଲରୁ ମଧ୍ୟାହ୍ନ ଭୋଜନ ସଂକ୍ରାନ୍ତୀୟ ରିପୋର୍ଟ ଉଭାନ ହୋଇ ଯାଇଥିଲା। ପରେ ୧୮ ଜଣଙ୍କ ସ୍ଥାନରେ ୨୦ ଜଣ ଛାତ୍ରଛାତ୍ରୀ ଉପସ୍ଥାନ ଦର୍ଶାଯିବା ସହ ମଧ୍ୟାହ୍ନ ଭୋଜନ ରିପୋର୍ଟକୁ ଶୂନ କରାଯାଇଥିଲା। ଯାହାକୁ ନେଇ ଏବିଇଓ ଗୋପବନ୍ଧୁ ଦେହୁରୀ ତୁରନ୍ତ ସେସବୁ ପିଲାଙ୍କୁ ସେହି ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଚାଉଳ ଓ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ୧୧ ତାରିଖରେ ଏହି ଖବର ପୁଣି ପ୍ରକାଶିତ ହୋଇଥିଲା। ଏହି ଘଟଣା ପରେ ସମ୍ପୃକ୍ତ ପ୍ରଧାନଶିକ୍ଷକ କିଛି ବ୍ୟକ୍ତିଙ୍କୁ ନେଇ ବୈଠକ କରିବା ସହ ସୂଚନାଦାତା ଟୁକୁନା ସାହୁଙ୍କୁ ସେଠାକୁ ଡାକିଥିଲେ। 

ଉକ୍ତ ବିଦ୍ୟାଳୟକୁ ‘ସମ୍ବାଦ’ ପେପର ଯାଉଥିବା ବେଳେ ଗତକାଲି ଟୁକୁନା ପ୍ରଧାନଶିକ୍ଷକଙ୍କୁ ଫୋନ୍ କରି ଗେଟ୍ ବାହାରେ ମାସିକ ବିଲ୍ ବାବଦକୁ ୨୧୦ ଟଙ୍କା ଦେବାକୁ କହିଥିଲେ। ଏହାପରେ ଉଦ୍ଦେଶ୍ୟମୂଳକ ଭାବେ ପ୍ରଧାନଶିକ୍ଷକ ତାଙ୍କୁ ବିଦ୍ୟାଳୟକୁ ଡାକି ନେଇ କିଛି ଲୋକଙ୍କ ଦ୍ବାରା ତାଙ୍କୁ ମାରଧର କରିବା ଛେପ ପକାଇ ଚାଟିବାକୁ ବାଧ୍ୟ କରିଥି‌ଲେ। ଭୁଲ ମାଗିବାକୁ ରାଜି ନ ହେବାରୁ ତାଙ୍କୁ ମାଡ଼ ମରାଯାଇଥିବା ଟୁକୁନା ଅଭିଯୋଗ କରିଛନ୍ତି। ଖବରପାଇ ବାଣିଗୋଛା ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିବା ବେଳେ ପ୍ରଧାନଶିକ୍ଷକ ଟୁକୁନାଙ୍କ ବିରୋଧରେ ୫୦ ହଜାର ଟଙ୍କା ଦାବି କରୁଥିବା ନେଇ ପାଲଟା ଅଭିଯୋଗ କରିଛନ୍ତି। ଉଭୟଙ୍କ ଅଭିଯୋଗ ଆଧାର‌ରେ ୨ଟି ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ବିନୟ ରଂଜନ ପରିଡ଼ା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe