ଛାତ୍ରଛାତ୍ରୀଙ୍କୁ ଭଡ଼ାରେ ଆଣିବା ଘଟଣା : ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଲମ୍ବିତ

Advertisment
୧୮୯ ଶିକ୍ଷକ ନିଖୋଜ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିର୍ଦେଶ

କୋରାପୁଟ/ନାରାୟଣପାଟଣା : ଭଡ଼ାରେ ଛାତ୍ରଛାତ୍ରୀ ଅଣାଯିବା ଘଟଣାରେ କୋରାପୁଟ ନାରାୟଣପାଟଣା ବ୍ଲକ୍‌ ଗାଦବାଗୁଡା ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଏସ. ଚିନିକ୍ରିଷ୍ଣାଙ୍କୁ ନିଲମ୍ବିତ କରାଯାଇଛି। ଚଳିତମାସ ୨୦ ତାରିଖ ଦିନ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପଣ୍ଡା ନାରାୟଣପାଟଣା ବ୍ଲକର ଗାଦବାଗୁଡା ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନରେ ଆସିଥିଲେ। ଏହି ସମୟରେ କିଛି ଛାତ୍ରଛାତ୍ରୀଙ୍କୁ ଅଣାଯାଇ ବିଦ୍ୟାଳୟରେ ବସା ଯାଇଥିଲା। ପୁଣି ଉପସ୍ଥାନ ଖାତାରେ ବ୍ୟାପକ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଥିଲା। ଏଥିନେଇ ଖବର ପ୍ରକାଶ ପାଇବା ପରେ ବ୍ଲକ୍‌ ଶିକ୍ଷା ଅଧିକାରୀ ବିଦ୍ୟାଳୟକୁ ଯାଇ ଘଟଣାର ତଦନ୍ତ କରିଥିଲେ। ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe