ପୁଅ ପାଠ ପଢ଼ାଇ ଛାତ୍ରଙ୍କୁ ପିଟିବାରୁ ପ୍ରଧାନଶିକ୍ଷକ ନିଲମ୍ବିତ

Advertisment
ପୁଅ ପାଠ ପଢ଼ାଇ ଛାତ୍ରଙ୍କୁ ପିଟିବାରୁ ପ୍ରଧାନଶିକ୍ଷକ ନିଲମ୍ବିତ

OdishaTV

ବରଗଡ଼: ସ୍ଥାନୀୟ ଖଜୁରଟିକ୍ରା ରାଧାମାଧବ ୟୁପି ସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀଙ୍କ ଅନୁପସ୍ଥିତିରେ ପୁଅ ପାଠ ପଢ଼ାଇବା ଏବଂ ସ୍କୁଲ ଛାତ୍ରୀଙ୍କୁ  ମାଡ଼ ମାରିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଥିଲା। ଏହି ମାମଲାରେ ପ୍ରଧାନଶିକ୍ଷୟିତ୍ରୀ ନଳିନୀ ରଥଙ୍କୁ ଗଣଶିକ୍ଷା ବିଭାଗ ନିଲମ୍ବିତ କରିଛି। ପୂର୍ବରୁ ପ୍ରଧାନଶିକ୍ଷୟିତ୍ରୀଙ୍କ ପୁଅ ସ୍ୱାଭିମାନ ଶତପଥୀକୁ ପୁଲିସ୍‌ ଗିରଫ କରିଛି।

ବରଗଡ଼ ବିଇଓ ସେବାଶ୍ରୀ ଭୋଇ ସୋମବାର ରାଧାମାଧବ ସ୍କୁଲକୁ ପହଂଚି ଏହି ଘଟଣାର ତଦନ୍ତ କରିବା ସହ ରିପୋର୍ଟ ପ୍ରଦାନ କରିଥିଲେ। ଯାହାର ସତ୍ୟାସତ୍ୟ ଅବଗତ ହେବା ପରେ ଡିଇଓ ମିତ୍ରଭାନୁ କଚ୍ଛପ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ଦେବା ପରେ ବରଗଡ଼ ବିଇଓ ଶ୍ରୀମତୀ ଭୋଇ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ରଥଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ତେବେ ନିଲମ୍ବନ ସମୟରେ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ରଥଙ୍କୁ ନୂଆପାଲି ସରକାରୀ ପ୍ରାଥମିକ ସ୍କୁଲରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe