୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ୍ ହାତରେ ଧରାପଡ଼ିଲେ ପ୍ରଧାନ ଶିକ୍ଷୟିତ୍ରୀ

୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ୍ ହାତରେ ଧରାପଡ଼ିଲେ ପ୍ରଧାନ ଶିକ୍ଷୟିତ୍ରୀ

ବାଙ୍କୀ: କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଭିଜିଲାନ୍ସ୍ ଜାଲରେ ଛନ୍ଦି ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବାଙ୍କୀ ଥାନା ଅନ୍ତର୍ଗତ ରଙ୍ଗଣିସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିପ୍ରଭା ଶତପଥୀ ଜଣେ ମହିଳାଙ୍କୁ ବୟସ ପ୍ରମାଣପତ୍ର ଦେବାକୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସ୍ ହାତରେ ଧରାପଡ଼ିଥିଲେ।

ଭିଜିଲାନ୍ସ୍ ପକ୍ଷରୁ ଏବେ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିପ୍ରଭା ଶତପଥୀଙ୍କ ବାଙ୍କୀ ଭଡ଼ାଘର ଓ ସାଲେପୁର ସଉରୀ ଗାଁସ୍ଥିତ ବାସଭବନରେ ଚଢ଼ାଉ ଜାରି ରଖିଥିବା କୁହାଯାଉଛି। ସେଠାରୁ କେତେକ ଜରୁରୀ କାଗଜପତ୍ର ଭିଜିଲାନ୍ସର ହସ୍ତଗତ ହୋଇଥିବା କୁହାଯାଉଛି। ମାତ୍ର  ତାଙ୍କର କେତେ ପରିମାଣର ସମ୍ପତ୍ତି ରହିଛି ତାହା ଏଯାଏଁ ଜଣାପଡ଼ିନାହିଁ ।

ଆଗରୁ ତାଙ୍କ ନାଆଁରେ ଏଭଳି ଅଭିଯୋଗ ଆସୁଥିଲା। ବିଶେଷ କରି କେତେକ ସ୍ବୟଂସହାୟକ ଗୋଷ୍ଠୀ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାଆଁରେ ଦୁର୍ନୀତିର ଅଭିଯୋଗ ଆଣୁଥିଲେ ବି ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିଲା।
ରଶ୍ମିପ୍ରଭା ଶତପଥୀ ବାଙ୍କୀ ଥାନା ଅନ୍ତର୍ଗତ ରଙ୍ଗଣିସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ ବହୁ ବର୍ଷ ହେଲା କାର୍ଯ୍ୟ କରିଆସୁଛନ୍ତି। କଟକ ଭିଜିଲାନ୍ସ୍ ଡିଏସପିଙ୍କ ନିର୍ଦେଶରେ ଏହି ଚଢ଼ାଉ କରାଯାଉଛି। ଏହି ଘଟଣା ଏବେ ବାଙ୍କୀରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe