କରୋନା ଟିକା ପାଇଁ ତଥ୍ୟ ଦେଲେଣି ୯୮ ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀ

Advertisment
ଫାଇଜର୍‌ ଟିକା ନେବାର ସପ୍ତାହକ ପରେ ଆମେରିକୀୟ ନର୍ସ‌୍ କରୋନା ସଂକ୍ରମିତ

The Conversation

କଟକ ୨୭ହଜାର, ଗଞ୍ଜାମ ୨୪,୧୪୮ ଓ ଖୋର୍ଧାରେ ୨୦,୮୩୦ ତାଲିକା ଲକ୍ଷ୍ୟ
୧୯ ଜିଲ୍ଲାରୁ ମିଳିଛି ଶତ ପ୍ରତିଶତ ତଥ୍ୟ

ଭୁବନେଶ୍ୱର : କରୋନା ଟିକା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ ପାଇଁ ଚିଠି ଜାରି ପରେ ଏ ପର୍ଯ୍ୟନ୍ତ ୯୮ ପ୍ରତିଶତ ସ୍ବାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀଙ୍କ ତଥ୍ୟ ମିଳିଛି। ୩୬୮୩ ସ୍ବାସ୍ଥ୍ୟାନୁଷ୍ଠାନ ସହିତ ଜଡ଼ିତ ୩ଲକ୍ଷ ୨ହଜାର ୭୦୮ ସ୍ବାସ୍ଥ୍ୟକର୍ମୀଙ୍କ ତାଲିକା ପାଇଁ ଲକ୍ଷ୍ୟ ରହିଥିବା ବେଳେ ଏ ପର୍ଯ୍ୟନ୍ତ ୨ଲକ୍ଷ ୯୫ହଜାର ୩୪୯ଜଣ ତ‌ାଲିକା ପ୍ରସ୍ତୁତ ହୋଇଛି। ଏଥିରେ କଟକରୁ ସର୍ବାଧିକ ୨୭ହଜାର, ଗଞ୍ଜାମ ୨୪,୧୪୮ ଓ ଖୋର୍ଧାରେ ୨୦,୮୩୦ଜଣ ସ୍ବାସ୍ଥ୍ୟକର୍ମୀ ତାଲିକା ସରକାରଙ୍କ ହସ୍ତଗତ ହୋଇଛି। ରାଜ୍ୟର ୧୯ଟି ଜିଲ୍ଲା ଏ ପର୍ଯ୍ୟନ୍ତ ଶତ ପ୍ରତିଶତ ତଥ୍ୟ ଦେଇ ସାରିଛନ୍ତି।

କରୋନା ମହାମାରୀ ପାଇଁ କୋଭିଡ୍‌ ଯୁଦ୍ଧରେ ଆଗଧାଡ଼ିରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଗତମାସ ୨୪ ତାରିଖରେ ଚିଠି ଲେଖିଥିଲେ। ଏହି ଭିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏମ୍‌ଏ, ଆୟୁଷ, ନର୍ସିଂ ସଂଘ ଓ ପାରାମେଡିକ୍ କର୍ମଚାରୀ ସଂଘ ଓ ଘରୋଇ ମେଡିକାଲ ସଂଘ ସଭାପତିଙ୍କୁ ଚିଠି ଲେଖିଥିଲେ। ଚିଠିରେ ଅଙ୍ଗନବାଡ଼ି କର୍ମୀ, ହେଲ୍‌ପର, ସୁପରଭାଇଜର ଓ ସିଡିପିଓଙ୍କ ତଥ୍ୟ ଭ୍ୟାକ୍ସିନେସନ୍ ବେନିଫିସିଆରି ମ୍ୟାନେଜମେଣ୍ଟ ସିଷ୍ଟମ ବା ସିଭିବିଏମ୍‌ଏସ୍‌ରେ ଅପଲୋଡ୍‌ କରିବା ପାଇଁ କୁହାଯାଇଥିଲା। ୩୬୮୩ ସରକାରୀ ଓ ଘରୋଇ ସ୍ବାସ୍ଥ୍ୟାନୁଷ୍ଠାନ ମଧ୍ୟରୁ ୩୪୬୩ ସଂସ୍ଥା ସେମାନଙ୍କ କର୍ମଚାରୀଙ୍କ ତଥ୍ୟ ଦେଇଛନ୍ତି। ମୋଟ ଉପରେ ୯୪ ପ୍ରତିଶତ ସଂସ୍ଥା ଓ ୯୮ ପ୍ରତିଶତ ବ୍ୟକ୍ତିଙ୍କ ତଥ୍ୟ ସରକାରଙ୍କୁ ମିଳିସାରିଛି। ଦେବଗଡ଼ ଓ ନୂଆପଡ଼ରୁ ସର୍ବନିମ୍ନ ୨୬ ଲେଖାଏଁ ସ୍ବାସ୍ଥ୍ୟାନୁ‌ଷ୍ଠାନ ଥିବା ବେଳେ କଟକ ୪୬୧, ଗଞ୍ଜାମ ୨୧୪ ଓ ଖୋର୍ଧାରେ ୧୮୫ ସ୍ବାସ୍ଥ୍ୟାନୁଷ୍ଠାନରୁ ତଥ୍ୟ ମଗାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe