ଭଞ୍ଜନଗର : ବନ ବିଭାଗ ପକ୍ଷରୁ ଜିରିପଡାରେ ସ୍ୱାସ୍ଥ୍ୟ ଶିବିର

ଭଞ୍ଜନଗର : ବନ ବିଭାଗ ପକ୍ଷରୁ ଜିରିପଡାରେ ସ୍ୱାସ୍ଥ୍ୟ ଶିବିର

ଭଞ୍ଜନଗର : ଉତ୍ତର ଘୁମୁସର ବନଖଣ୍ଡ ଅଧିନ ତାରସିଂ ବନାଞ୍ଚଳ ଗାୟଗଣ୍ଡା ସେକ୍ସନର ଜିରିପଡା ଗ୍ରାମରେ ସ୍ୱାସ୍ଥ୍ୟ ଶିବିର ବନ ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିଲା। ତାରସିଂ ରେଞ୍ଜ ଆଶାଲତା ଦିଗାଲଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଗାୟଗଣ୍ଡା ବନପାଳ ମାନସ ରଞ୍ଜନ ପ୍ରଧାନ ଏବଂ ସଂଯୋଜକ ସଞ୍ଜୟ କୁମାର ମିଶ୍ର ଏହାକୁ ପରିଚାଳନା କରିଥିଲେ। ଏହି ଶିବିରରେ ୧୩୮ ଜଣଙ୍କ କରୋନା ପରୀକ୍ଷା କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ପ୍ରାୟ ୫୦ ଜଣଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଇଥିଲା।

ଏଥିରେ ଜଗନ୍ନାଥପ୍ରସାଦ ବ୍ଳକର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ଜିରିପଡା, ଦୋରଙ୍ଗି ଏବଂ ଶିଉଳି ଭିଏସ୍ଏସର ଲୋକମାନେ ସାମିଲ ହୋଇଥିଲେ। ଏହି ଗ୍ରାମ ଗୁଡ଼ିକ ଦୁର୍ଗମ ଓ ପାହାଡ ଅଞ୍ଚଳ ହୋଇଥିବା ବେଳେ ବନ ବିଭାଗ ଓ ସ୍ୱାସ୍ଥ୍ୟ ଟିମକୁ ଚାଲି ଚାଲି ଯିବାକୁ ପଡିଥିଲା। ଏଥିରେ ଘୋଗଡ ବନପାଳ ଅନୁପ କୁମାର ବିଷୋୟୀ, ବନରକ୍ଷୀ ବସନ୍ତ କୁମାର ସାହୁ, ଚନ୍ଦ୍ର ଶେଖର ପାଣିଗ୍ରାହି, ଦଣ୍ଡପାଣି ମଲ୍ଲିକ ସହ ବନ କର୍ମଚାରୀ ଓ ସ୍ୱାସ୍ଥ୍ୟ ଟିମ୍ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe