ମିର୍ଜାପୁରରେ ସ୍ବାସ୍ଥ୍ୟ ମେଳା

Advertisment
ମିର୍ଜାପୁରରେ ସ୍ବାସ୍ଥ୍ୟ ମେଳା

ଧର୍ମଶାଳା: ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ତ୍ରୟୋଦଶ ବାର୍ଷିକ ଅବସରରେ ଏକ ସ୍ୱାସ୍ଥ୍ୟ ମେଳା ମିର୍ଜାପୁର ଗ୍ରାମପଞ୍ଚାୟତରେ ଶ୍ୟାମସୁନ୍ଦର ହାଇସ୍କୁଲ ପାଖ ପଡିଆରେ ଅନୁଷ୍ଠିତ ହୋଇଥିଲା, ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଧର୍ମଶାଳାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ବଳବନ୍ତରାୟ ଯୋଗଦେଇଥିଲେ, ସମ୍ମାନିତ ଅତିଥିଭାବେ ଡ଼ଃ ରୋଜାଲିନ ପାଟଶାଣୀ ମିଶ୍ର, ମେଘନା ମିଶ୍ର, ଅଶ୍ରୁମୋଚନ ମହାନ୍ତି, ଡ଼ଃ ନିହାର ରଞ୍ଜନ କର, ଡ଼ଃ ପ୍ରତ୍ୟୁଷ ମହାରଣା, ଯୋଗଦେଇଥିଲେ।

ଏହି ଅବସରେ ସମସ୍ତ ଅତିଥିଙ୍କୁ ଟ୍ରଷ୍ଟ ତରଫରୁ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ଏହି ସ୍ୱାସ୍ଥ୍ୟ ଶିବିରରେ  ହାଇଟେକ ହସ୍ପିଟାଲ ମୁଖ୍ୟ ଆଡମିଷ୍ଟ୍ରେଟର ମିସ ମାଲକିନ ବେହେରା ଓ ଉତ୍କଳ ହସ୍ପିଟାଲ ଭୁବନେଶ୍ୱରର ବରିଷ୍ଠ ବିଶେଷଜ୍ଞ ଡାକ୍ତର ମାନେ, କଳିଙ୍ଗ ଦାନ୍ତ ଡାକ୍ତରଖାନା ର ବିଶେଷଜ୍ଞ ମାନେ, ଜେ. ପି. ଏମ ରୋଟାରି ଆଖି ହସ୍ପିଟାଲ ର ଅଧିକ ବିଶେଷଜ୍ଞ ମାନେ ଯୋଗଦେଇ ୫ହଜାରରୁ ଉର୍ଦ୍ଧ ରୋଗୀମାନଙ୍କର ଚିକିତ୍ସା କରି ଔଷଧ ବଣ୍ଟନ କରିଥିଲେ। ଭୁବନେଶ୍ୱରର ହାଇଟେକ ହସ୍ପିଟାଲ , ଉତ୍କଳ ହସ୍ପିଟାଲ, ଓ ଜେ.ପି.ଏମ ରୋଟାରି କ୍ଳବର ବିଭିନ୍ନ ବିଭାଗର ଡାକ୍ତର ମାନେ ଯୋଗଦେଇ ରୋଗୀମାନଙ୍କର ଚିକିତ୍ସା କରିଥିଲେ ଟ୍ରଷ୍ଟର ଏହି କାର୍ଯ୍ୟ ପାଇଁ ସମ୍ପାଦକ ହିମାଂଶୁ ଶେଖର ସାହୁ ମିର୍ଜାପୁର ଗ୍ରାମପଂଚାୟତର ଲୋକମାନଙ୍କୁ କୃତଜ୍ଞତା ଜଣାଇଥିଲେ, ଶ୍ରୀ  ଦେବରାଜ ମିଶ୍ର ବାର୍ଷିକ ବିବରଣୀ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ, ରାଜେଶ ପାଳ, ଜିତେନ୍ଦ୍ର ରାଉତ, ରମ୍ୟ ରଞ୍ଜନ ସ୍ୱାଇଁ, ତପନ କୁମାର ନାଥ, ସୁଧୀର ବେହେରା ଶିବିର ପରିଚାଳନା ରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe