ହରଭଙ୍ଗାରେ ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟର ସ୍ୱାସ୍ଥ୍ୟ ସେବା ଶିବିର

Advertisment

ବରିଷ୍ଠ ନାଗରିକ ଓ କିଡ୍‌ନି ରୋଗୀଙ୍କୁ ସ୍ବତନ୍ତ୍ର ଚିକିତ୍ସା

ବରିଷ୍ଠ ନାଗରିକ ଓ କିଡ୍‌ନି ରୋଗୀଙ୍କୁ ସ୍ବତନ୍ତ୍ର ଚିକିତ୍ସା

ହରଭଙ୍ଗାରେ ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟର ସ୍ୱାସ୍ଥ୍ୟ ସେବା ଶିବିର

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଆଞ୍ଚଳିକ ପଞ୍ଚାୟତ ମହାବିଦ୍ୟାଳୟଠାରେ ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ଓ କିଡ୍‌ନି ରୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି। କଟକ ସାମନ୍ତ ସାହି କେନାଲ ରୋଡ ସ୍ଥିତ ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ସମୁଦାୟ ୮ଶହ ୩୪ ଜଣ ରୋଗୀ ପଞ୍ଜୀକରଣ କରିଥିଲେ। ସେଥିମଧ୍ୟରୁ ୨ଶହ ୬୮ ଜଣ କିଡ୍‌ନି ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷଣ କରିଥିଲେ।

ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ମାଗଣାରେ ଔଷଧ ଓ ଆବଶ୍ୟକୀୟ ରିଡିଙ୍ଗ ଗ୍ଲାସ ବିତରଣ କାରାଯାଇଥିଲା। ସେହିଭଳି ଦୂରଦୂରାନ୍ତର ରୋଗୀଙ୍କୁ ଆସିବା ପାଇଁ ବ୍ୟବସ୍ଥା ସହ ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା। ଶିବିରରେ ମୁଖ୍ୟଅତିଥି ଭାବେ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ସିଡିଏମ୍‌ଓ ଅଭୟ ଦାସଙ୍କ ସମେତ ବହୁ ଜିଲ୍ଲା ଓ ବ୍ଲକସ୍ତରୀୟ ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ। ଶିବିରରେ କଟକ, ଭୁବନେଶ୍ୱର, ବୁର୍ଲା  ସମେତ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ, ସମ୍ ହସ୍ପିଟାଲ ଓ ବୌଦ୍ଧରୁ ୟୁରୋଲୋଜି, ପାଥୋଲୋଜି, ନେଫ୍ରୋଲୋଜି, କାର୍ଡିଓଲୋଜି, ମେଡିସିନ, ଇଏନ୍‌ଟି, ନ୍ୟୁରୋଲୋଜି, ଡେଣ୍ଟାଲ, ଚକ୍ଷୁ ଓ ଚର୍ମରୋଗ ସମେତ ବିଭିନ୍ନ ବିଭାଗର  ୩୫ଜଣ ବିଶେଷଜ୍ଞ ଡାକ୍ତର ଯୋଗଦେଇଥିଲେ। ଅତ୍ୟାଧୁନିକ ପଦ୍ଧତି ଅନୁଯାୟୀ ଇସିଜି, ଏକ୍ସ-ରେ ଓ ରକ୍ତ, ପରିସ୍ରା ଆଦି ପରୀକ୍ଷା କରାଯାଇ ମାଗଣା ଚିକିତ୍ସା ପ୍ରଦାନ କରାଯାଇଥିଲା।

ମୁଖ୍ୟଅତିଥି ଶ୍ରୀ ଅମାତ ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ୪୨ତମ ଏହି ସ୍ୱାସ୍ଥ୍ୟସେବା ଶିବିରକୁ ଭୂୟସୀ ପ୍ରଶଂସା କରିବା ସହ ଅର୍ଥ ଅଭାବରୁ ଦୂରଦୂରାନ୍ତକୁ ଯାଇ ଚିକିତ୍ସା କରାଇ ପାରୁନଥିବା ରୋଗୀଙ୍କ ପାଇଁ ଏହା ବରଦାନ ସଦୃଶ ବୋଲି କହିଥିଲେ। ସେହିପରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ କରାଯାଇଥିବା ଏଭଳି ଏକ ସ୍ୱାସ୍ଥ୍ୟ ସେବା ଶିବିରକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅତ୍ୟନ୍ତ ଆନନ୍ଦ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ଟ୍ରଷ୍ଟର ଅଧ୍ୟକ୍ଷ ଗୋଧନେଶ୍ୱର ହୋତା, ସମ୍ପାଦକ ରାଜେଶ୍ୱର ହୋତା ଓ ମୁଖ୍ୟ ଉପଦେଷ୍ଟା ଦତ୍ତେଶ୍ୱର ହୋତା ଶିବିର ପରିଚାଳନା କରିଥିଲେ। ସେହିପରି ଏଥିରେ ମହାବିଦ୍ୟାଳୟର ୪୦ଜଣ ସ୍ବେଚ୍ଛାସେବୀ ଓ କର୍ମଚାରୀଙ୍କ ସମେତ ହରଭଙ୍ଗା, ଛତ୍ରଙ୍ଗ, କରଞ୍ଜକଟା ଓ ପୁରୁଣାକଟକର ସରପଞ୍ଚ ସକ୍ରିୟ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe