ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜିତ; ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟ

Advertisment

୧୧୨୩ ଲୋକଙ୍କ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ସହିତ ୱଷଧ ଓ ଚଷମା ବଣ୍ଟନ

୧୧୨୩ ଲୋକଙ୍କ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ସହିତ ୱଷଧ ଓ ଚଷମା ବଣ୍ଟନ

ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜିତ; ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଳକ ନିନ୍ନା ପଞ୍ଚାୟତ ତେଲଣ୍ଡା ଗ୍ରାମ ମହାଦେବ ରଣେଶ୍ବର ଓ ରାମଚଣ୍ଡୀ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ରବିବାର ଓଡ଼ିଶାର ଅଗ୍ରଣି ସ୍ବେଚ୍ଛାସେବୀ ଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୪୭ତମ ମେଗା ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମିଳିତ ଭାବରେ ପୂର୍ବତନ ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଓ ସୁବଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ମୁଖ୍ୟ ପରାମର୍ଶ ଦାତା ତଥା ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା, ଅନୁଷ୍ଠାନର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଗୋଧନେଶ୍ବର ହୋତା, ସମ୍ପାଦକ ବରିଷ୍ଠ ଆଇନଜୀବି ରାଜେଶ୍ବର ହୋତା(ଟୁଲୁ), ପୂର୍ବତନ ସମ୍ବଲପୁର ଲୋକସଭା ସାଂସଦ ଭବାନୀ ଶଙ୍କର ହୋତା, ସୁବଣ୍ଣପୁର ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ପରିବାର କଲ୍ୟାଣ ଡାକ୍ତର ଦତ୍ୟ ନାରାୟଣ ପାଢୀ, ଯୁବ ସମାଜସେବୀ କୃର୍ତ୍ତିବାସ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ବିଭିନ୍ନ ବିଭାଗର କଟକ, ସମ୍ବଲପୁର, ବୁର୍ଲା, ବଲାଙ୍ଗୀର, ସୋନପୁରର ୧୯ଜଣ ବିଶେଷଜ୍ଞ ଓ ସୁପରସ୍ପେଶାଲିଷ୍ଟ ଡାକ୍ତର ଉପସ୍ଥିତ ରହି ଶିବିରରେ ସମୁଦାୟ ୧୧୨୩ରୁ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିଥିଲେ। ଏଥିସହ ରୋଗୀମାନଙ୍କର ବିଭିନ୍ନ ରକ୍ତ ନମୂନା ଓ ଫୁସ୍‌ଫୁସ୍ ଫଙ୍କସନ୍ ପରୀକ୍ଷା କରାଯିବା ସହ ଇସିଜି ମଧ୍ୟ କରାଯାଇଥିଲା। ରୋଗୀମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇ ୧୫୬ ଜଣଙ୍କୁ ମାଗଣାରେ ଚଷମା ଦିଆଯାଇଥିଲା। ସମସ୍ତ ରୋଗୀଙ୍କୁ ମାଗଣାରେ ଔଷଧ ଓ ଖାଦ୍ୟ ପ୍ରଦାନ କରାଯାଇଥିଲା।
ଏହି ୪୭ ତମ ମେଗା ସ୍ୱାସ୍ଥ୍ୟସେବା ଶିବିର ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟ ଦତ୍ତେଶ୍ୱର ହୋତା, ଅଧ୍ୟକ୍ଷ ଗୋଧନେଶ୍ୱର ହୋତା ସମ୍ପାଦକ ରାଜେଶ୍ବର ହୋତାଙ୍କ ଉଦ୍ୟମରେ ସୁବଣ୍ଣପୁର ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଏହି ଶିବିର କରାଯାଇଥିବାରୁ କାର୍ଯ୍ୟକ୍ରମକୁ ବୀରମହାରାଜପୁର ବିଧାୟକ, ସୋନପୁର ଜିଲ୍ଲାପାଳ ଓ ସ୍ଥାନୀୟ ଲୋକମାନେ ବେଶ୍ ପ୍ରଶଂସା କରିଥିଲେ ।

ଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟ ଏହିପରି ମେଗା ସ୍ୱାସ୍ଥ୍ୟସେବା ଶିବିର ରାଜ୍ୟର ବିଭିନ୍ନ ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୨୦୦୪ରୁ କରିଆସୁଛି । ଟ୍ରଷ୍ଟର ମୁଖ୍ୟ ଲକ୍ଷ୍ୟ ହେଉଛି ଅନୁନ୍ନତ ଓ ଦୁର୍ଗମ ଅଞ୍ଚଳରେ ଉନ୍ନତମାନର ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଥିବା ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା। ପ୍ରଥମେ ସ୍ବର୍ଗତ ଚିର୍ତ୍ତ ରଞ୍ଜନ ହୋତା ଓ ତାଙ୍କ ଧର୍ମପତ୍ନୀ ଜ୍ଞାନୀ ହୋତାଙ୍କୁ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ପରେ ସ୍ବାସ୍ଥ୍ୟ ପରୀକ୍ଷା ଆରମ୍ଭ କରାଯାଇଥିଲା। ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ତଥା ପରିଚାଳକ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା କହିଥିଲେ ମୋର ପିତା ସ୍ବର୍ଗତ ଚିର୍ତ୍ତ ରଞ୍ଜନ ହୋତା ତେଲଣ୍ଡାରେ ଜନ୍ମଗ୍ରହଣ କରିଥିଲେ। ସେତେବେଳେ ଚିକିତ୍ସା ଅଭାବରୁ ତାଙ୍କର ମାଁଙ୍କ ଦେହାନ୍ତ ହୋଇଥିଲା। ଏଣୁ ମୋର ମାଁ ଜ୍ଞାନୀ ହୋତା ବାପା ଚିର୍ତ୍ତ ରଞ୍ଜନ ହୋତା ସବୁ ବେଳେ ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଆମକୁ ପରାମର୍ଶ ଦେଇଥିଲେ। ସେଥିପାଇଁ ତାଙ୍କର ପଦାଙ୍କ ଅନୁସରଣ କରି ମାନବ ହେବନାହିଁ ମାଧବ ସେବା ଆଧାରରେ ଏହି ସ୍ବାସ୍ଥ୍ୟ ସେବା କରି ଆସୁଛି ଚିର୍ତ୍ତ ଜ୍ଞାନୀ ଟ୍ରଷ୍ଟ।

ସୂଚନାଥାଉକି, ଡ.ଦତ୍ତେଶ୍ବର ହୋତାଙ୍କ ବାପା ସ୍ବର୍ଗତ ଚିତ୍ତରଞ୍ଜନ ହୋତା ଓ ମାତା ଜ୍ଞାନୀ ହୋତାଙ୍କ ନାମରେ ଗଠିତ ଏହି ଟ୍ରଷ୍ଟ୍ ରାଜ୍ୟର ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଗରିବ ଓ ବେସାହାରା ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲାରେ ମେଗା ଶିବିର ଆୟୋଜନ ହୋଇସାରିଛି। ବର୍ତ୍ତମାନ ରାଜ୍ୟରେ ସ୍ବତନ୍ତ୍ର ଶିବିରମାନ ଆୟୋଜନ କରାଯାଇ ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ଟ୍ରଷ୍ଟ୍ ଉପଦେଷ୍ଟା ତଥା ପରିଚାଳକ ପ୍ରଫେସର ଡା.ଦତ୍ତେଶ୍ବର ହୋତା କହିଛନ୍ତି। ଏହା ସହିତ ନିଜ ଗାଁରେ ଏହି ମେଗା ସ୍ବାସ୍ଥ୍ୟ ଶିବିର କରିଥିବାରୁ ଓ ଏହାକୁ ସଫଳ କରିବାରେ ଅଞ୍ଚଳର ନିର୍ବାଚିତ ପ୍ରତିନିଧି, ସମସ୍ତ ପ୍ରଶାସନିକ ଅଧିକାରୀ ଓ ଗ୍ରାମ ତଥା ଅଞ୍ଚଳବାସୀ ସହଯୋଗରେ ଏହି ମେଗା ସ୍ବାସ୍ଥ୍ୟ ଶିବିର ସୁଚାରୁରୂପେ ଅନୁଷ୍ଠିତ ହୋଇଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe