ସୁରକ୍ଷାକର୍ମୀଙ୍କ ହାତରେ ସ୍ବାସ୍ଥ୍ୟସେବା

Advertisment
ସୁରକ୍ଷାକର୍ମୀଙ୍କ ହାତରେ ସ୍ବାସ୍ଥ୍ୟସେବା

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଆଜି ଡାକ୍ତର କିମ୍ବା ସ୍ବାସ୍ଥ୍ୟ କର୍ମଚାରୀଙ୍କ ବଦଳରେ ଜଣେ ମହିଳା ସୁରକ୍ଷାକର୍ମୀ ରୋଗୀଙ୍କୁ ଚିକିତ୍ସାସେବା ଯୋଗାଉଥିବା ବେଳର ଭିଡିଓ ଭାଇରାଲ ହୋଇଛି। ମିଳିଥିବା ସୂଚନା ଅନୁସାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଗୋଧୂଳି ଗ୍ରାମର ଜଣେ ନାବାଳିକାଙ୍କୁ ରକ୍ତ ଦିଆଯାଉଥିଲା। ଏହି ସମୟରେ ପାଇପ୍‌ରେ ରକ୍ତ ସଂଚାଳନ ଠିକ୍‌ ଭାବରେ ହୋଇପାରୁ ନଥିଲା। ଏନେଇ ନାବାଳିକାଙ୍କ ବାପା ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଖୋଜିଥିଲେ ମଧ୍ୟ ପାଇନଥିଲେ।

ତାଙ୍କ ବ୍ୟସ୍ତତା ଦେଖି ଜଣେ ମହିଳା ସୁରକ୍ଷାକର୍ମୀ ଦୌଡ଼ି ଆସିଥିଲେ। ପାଇପ୍‌ ଖୋଲିଲା ବେଳେ ରକ୍ତ ପଡ଼ି ଚଟାଣ ଲାଲ ହୋଇଯାଇଥିବା ଦେଖିବାକୁ ମିଳିଛି। ତେବେ ଡାକ୍ତରଖାନାରେ ଥିବା କେହି ବ୍ୟକ୍ତି ଏହି ସମୟରେ ଭିଡିଓ ଉତ୍ତୋଳନ କରି ଭାଇରାଲ କରିଥିବା ଜଣାପଡ଼ିଛି। ଯାହା ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ଘଟଣା ସମୟରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମଚାରୀ କେଉଁଆଡ଼େ ଯାଇଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି। ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe