ଦଶପଲ୍ଲା: ୨୪ ଘଣ୍ଟା ତାଲା, ମିଳୁନି ସେବା, କାହା ସ୍ବାର୍ଥରେ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର?

ଦଶପଲ୍ଲା: ୨୪ ଘଣ୍ଟା ତାଲା, ମିଳୁନି ସେବା, କାହା ସ୍ବାର୍ଥରେ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର?

ଦଶପଲ୍ଲା : ଦଶପଲ୍ଲା ଏନ୍ଏସି ଅଧୀନ ୧୬ ନମ୍ବର ୱାର୍ଡ ଖଣ୍ତପଡ଼ାସ୍ଥିତ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ନିଯୁକ୍ତ ହୋଇଥିବା ମହିଳା ସ୍ବାସ୍ଥ୍ୟକର୍ମୀ ରହୁନଥିବା ଅଭିଯୋଗ ହେଉଛି। ଟିକାକରଣ ଦିନ ସେ ଆସୁଥିବା ବେଳେ ଅନ୍ୟ କୌଣସି କାର୍ଯ୍ୟକ୍ରମ ଏଠାରେ ହେଉନଥିବା ଅଭିଯୋଗ ହେଉଛି। ପ୍ରାୟ ସବୁ ଦିନ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି।

ଖବର ମୁତାବକ, ଗ୍ରାମାଞ୍ଚଳର ଲୋକଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟସେବା ଯୋଗାଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଖୋଲା ଯାଇଛି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବା ଉପ ସ୍ବାସ୍ଥ୍ୟକେନ୍ଦ୍ର। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣ କରିବା ସହ ଗ୍ରାମୀଣ ସ୍ବାସ୍ଥ୍ୟ ପୃଷ୍ଠି କରଣ ଦିବସ (ଭିଏଚ୍ଏନ୍‌ଡି) ପାଳନ କରିବା, ସାଧାରଣ ଜ୍ବର, କାଶ, ଥଣ୍ତା ଭଳି ରୋଗର ଚିକିତ୍ସା ସେବା ଯୋଗାଇ ଦେବା ଓ ଲୋକଙ୍କୁ ଏକତ୍ର କରି ବିଭିନ୍ନ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କରିବାର ନିୟମ ରହିଛି। ଏଥିପାଇଁ ମଧ୍ୟ ସରକାରୀ ଅନୁଦାନ ରହିଛି। ଏ ନେଇ ପ୍ରତ୍ୟେକ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଜଣେ ଲେଖାଏଁ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯାଉଛି। ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯାଇ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଗୃହ ନିର୍ମାଣ କରାଯାଉଛି। ମାତ୍ର ଏହି ଉପ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ ଲୋକଙ୍କୁ କୌଣସି ପ୍ରାଥମିକ ଚିକିତ୍ସା ସେବା ମିଳୁନଥିବା ଅଭିଯୋଗ କରି ଏହା କାହା ସ୍ବାର୍ଥରେ ନିର୍ମାଣ ହୋଇଛି ବୋଲି ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି।

ଏସମ୍ପର୍କରେ ଖୋଦ୍‌ ସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟରେ କୌଣସି ସୂଚନା ନଥିବା ବେଳେ ଏ ସମ୍ପର୍କରେ କଣ ହୋଇଛି ବୁଝିବା ପାଇଁ କହିଛନ୍ତି ମଧ୍ୟଖଣ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ସନ୍ଦୀପ ସ୍ବାଇଁ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମକରନ୍ଦ ବେଉରା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe