Health Conclave-25: ‘କନକ ନ୍ୟୁଜ୍ ଓ ସ୍ବାସ୍ଥ୍ୟ ସମ୍ବାଦ’ର ହେଲ୍‌ଥ କନ୍‌କ୍ଲେଭ-୨୫: ‘ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନରେ ଶଯ୍ୟାସଂଖ୍ୟା ୩୫ ହଜାରକୁ ବଢ଼ିବ’

Advertisment

ଓଡ଼ିଶାର ସାଢ଼େ ୪କୋଟି ଜନସଂଖ୍ୟା ପାଇଁ ଏବେ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନରେ ୧୭ହଜାର ଶଯ୍ୟା ରହିଛି। ଏହାକୁ ଦ୍ବିଗୁଣିତ କରି ୩୪-୩୫ହଜାର ଶଯ୍ୟାକୁ ବୃଦ୍ଧି କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।

ଓଡ଼ିଶାର ସାଢ଼େ ୪କୋଟି ଜନସଂଖ୍ୟା ପାଇଁ ଏବେ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନରେ ୧୭ହଜାର ଶଯ୍ୟା ରହିଛି। ଏହାକୁ ଦ୍ବିଗୁଣିତ କରି ୩୪-୩୫ହଜାର ଶଯ୍ୟାକୁ ବୃଦ୍ଧି କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।

sfhhfsxbvbvbv

ଭୁବନେଶ୍ବର: ଓଡ଼ିଶାର ସାଢ଼େ ୪କୋଟି ଜନସଂଖ୍ୟା ପାଇଁ ଏବେ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନରେ ୧୭ହଜାର ଶଯ୍ୟା ରହିଛି। ଏହାକୁ ଦ୍ବିଗୁଣିତ କରି ୩୪-୩୫ହଜାର ଶଯ୍ୟାକୁ ବୃଦ୍ଧି କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ମଧ୍ୟ ସେହି ଅନୁପାତରେ ନିଯୁକ୍ତି ଦିଆଯିବ। ଆଜି ହୋଟେଲ ପାଲ୍‌ ହାଇଟ୍‌ସରେ କନକ ନ୍ୟୁଜ୍ ଓ ସ୍ବାସ୍ଥ୍ୟ ସମ୍ବାଦ ପକ୍ଷରୁ ଅନୁଷ୍ଠିତ ହେଲ୍‌ଥ କନ୍‌କ୍ଲେଭ-୨୦୨୫ରେ ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। 

UAE Floods: ଅବିଶ୍ରାନ୍ତ ବର୍ଷା ପରେ ୟୁଏଇରେ ବନ୍ୟା ପରିସ୍ଥିତି: ବୁଡ଼ିଲା ରାସ୍ତା, ବିମାନ ବାତିଲ, ଜଳବନ୍ଦୀ ଜୀବନ…

ଶ୍ରୀ ମହାଲିଙ୍ଗ କହିଥିଲେ ଯେ ଓଡ଼ିଶାରେ ନୂଆ ସରକାର ଆସିବା ପରେ ୨ଶହ ‌ଏମ୍‌ବିବିଏସ୍‌ ମେଡିକାଲ ସିଟ୍ ଓ ୬୭ ପିଜି ସିଟ୍‌ରେ ବୃଦ୍ଧି ହୋଇଛି। ୭ଟି ନୂଆ ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି। ଇସିଜି, ଡାଏଲିସିସ୍ ଓ ଅନ୍ୟ କ୍ଷେତ୍ରରେ ନିୟୋଜିତ ପାରାମେଡିକାଲ କର୍ମଚାରୀଙ୍କ କିଭଳି ଦକ୍ଷତା ବିକାଶ ହେବ ତାହାକୁ ଗୁରୁତ୍ବ ଦିଆଯାଉଛି। ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ୩୦ଟି ବିଏସ୍‌ସି ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ଯୋଜନା ହୋଇଛି। ଗତ ୧୫ମାସ ଭିତରେ ୫୧୯୫ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। 

ସେହିପରି ରାଜ୍ୟରେ ୬୭୮୩ ଗ୍ରାମ ପଞ୍ଚାୟତରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ(ସିଏଚ୍‌ଓ) ନିଯୁକ୍ତିର ପରିକଳ୍ପନା କରାଯାଇଛି। ଏବେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ୧୨୦ ପ୍ରକାରର ଔଷଧ ମାଗଣା ଉପଲବ୍ଧ କରାଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫ହଜାର ଯୋଗ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି।  ଏଆଇ ଜରିଆରେ ରୋଗ ନିରୀକ୍ଷଣ, ମାତୃ ଓ ଶିଶୁ ମୃତ୍ୟୁ ହାରକୁ କିଭଳି ହ୍ରାସ କରାଯାଇପାରିବ ତାହାକୁ ଗୁରୁତ୍ବ ଦିଆଯିବ। 

MDM: ମଧ୍ୟାହ୍‌ଣ ଭୋଜନ ହେଲା ପିଏମ୍‌ ପୋଷଣ, ସୁଧୁରିନି ଭିତ୍ତିଭୂମି

ସ୍ବାଗତ ଭାଷଣରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ କହିଲେ, ସ୍ବାସ୍ଥ୍ୟ ଏକ ସାଧାରଣ ଶବ୍ଦ ହୋଇପାରେ, କିନ୍ତୁ ଏହା ବହୁତ ମହତ୍ବପୂର୍ଣ୍ଣ। ପ୍ରଥମେ ନିଜକୁ ସୁରକ୍ଷିତ ରଖିଲେ ନିଜ ପରିବାର ଓ କର୍ମ କ୍ଷେତ୍ରରେ ଅନ୍ୟମାନଙ୍କୁ ସୁରକ୍ଷିତ ରଖିପାରିବା। ୩ଏଚ୍‌ ବା ହାର୍ଟ, ହ୍ୟାଣ୍ଡ ଓ ହେଡ୍‌କୁ ସୁରକ୍ଷିତ ରଖିବାକୁ ହେବ। ନିଜେ ସୁସ୍ଥ ରହିବା, ସୁଖୀ ରହିବା ଲାଗି ଶ୍ରୀମତୀ ପଟ୍ଟନାୟକ ଆହ୍ବାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe