ସବୁ ସିଡିଏମ୍‌ଓଙ୍କୁ ସ୍ବାସ୍ଥ୍ୟ ବିଭାଗର ପତ୍ର: ଔଷଧ ଦୋକାନରେ ଇଞ୍ଜେକସନ୍‌ ଫୋଡ଼ନି, ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

Advertisment

ରାଜ୍ୟରେ ଔଷଧ ଦୋକାନରେ ରୋଗୀମାନଙ୍କୁ ଇଞ୍ଜେକସନ୍ ଦିଆଯିବାକୁ ନେଇ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଏଭଳି କାର୍ଯ୍ୟରେ ଲିପ୍ତ ଔଷଧ ଦୋକାନୀମାନଙ୍କୁ ଏହି ଅଭ୍ୟାସ ବନ୍ଦ କରିବା ଲାଗି କୁହାଯାଇଛି।

ରାଜ୍ୟରେ ଔଷଧ ଦୋକାନରେ ରୋଗୀମାନଙ୍କୁ ଇଞ୍ଜେକସନ୍ ଦିଆଯିବାକୁ ନେଇ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଏଭଳି କାର୍ଯ୍ୟରେ ଲିପ୍ତ ଔଷଧ ଦୋକାନୀମାନଙ୍କୁ ଏହି ଅଭ୍ୟାସ ବନ୍ଦ କରିବା ଲାଗି କୁହାଯାଇଛି।

ଭୁଲ୍‌ ଇଞ୍ଜେକ୍‌ସନ୍‌ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ 

ଭୁବନେଶ୍ବର: ରାଜ୍ୟରେ ଔଷଧ ଦୋକାନରେ ରୋଗୀମାନଙ୍କୁ ଇଞ୍ଜେକସନ୍ ଦିଆଯିବାକୁ ନେଇ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଏଭଳି କାର୍ଯ୍ୟରେ ଲିପ୍ତ ଔଷଧ ଦୋକାନୀମାନଙ୍କୁ ଏହି ଅଭ୍ୟାସ ବନ୍ଦ କରିବା ଲାଗି କୁହାଯାଇଛି। ନଚେତ୍ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ମର୍ମରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ସିଡିଏମ୍‌ଓମାନଙ୍କୁ ପତ୍ର ଜାରି ହୋଇଛି। 
ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀ ଓ ଆବଶ୍ୟକ ମେଡିକାଲ ସୁବିଧା ଥିବା ସ୍ଥାନରେ ହିଁ ଇଞ୍ଜେକସନ୍‌ ଦିଆଯିବା ଉଚିତ୍। ଯାହାଫଳରେ କୌଣସି ପାର୍ଶ୍ବ ପ୍ରତିକ୍ରିୟାର ସଙ୍ଗେ ସଙ୍ଗେ ମୁକାବିଲା କରାଯାଇପାରିବ।

ଔଷଧ ଦୋକାନରେ ଇଞ୍ଜେକସନ୍‌ ନେଇଥିବା କୌଣସି ବ୍ୟକ୍ତିଙ୍କଠାରେ ଯଦି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦିଏ ଏହା ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ତେଣୁ ଜିଲ୍ଲାସ୍ତରରେ ଏଭଳି ଔଷଧ ଦୋକାନଗୁଡ଼ିକର ଯାଞ୍ଚ ସହ ସେମାନଙ୍କୁ ଏଭଳି କାର୍ଯ୍ୟରୁ ବିରତ କରିବା ଲାଗି ସିଡିଏମ୍‌ଓମାନେ ପଦକ୍ଷେପ ନିଅନ୍ତୁ। ଯଦି ଆଗକୁ ଏ ନେଇ କୌଣସି ପ୍ରକାର ଅଭିଯୋଗ ଆସେ ତାହାଲେ ରାଜ୍ୟ ଭେଷଜ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଔଷଧ ଦୋକାନଗୁଡ଼ିକରେ ଯାଞ୍ଚ କରାଯିବା ସହ ଏହାର ରିପୋର୍ଟ ସ୍ବାସ୍ଥ୍ୟ ବିଭାଗକୁ ପଠାଇବାକୁ କୁହାଯାଇଛି। ଅପରପକ୍ଷ‌ରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏଭଳି ନିଷ୍ପତ୍ତିକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସ୍ବାଗତ କରିଛନ୍ତି। ସେମାନଙ୍କ ମତରେ ଆଣ୍ଟିବାୟୋଟିକ୍‌ ଓ ଟିକା ନେବା ସମୟରେ ଆଲର୍ଜି କିମ୍ବା ଆନାଫାଇଲିଟିକ୍ ସକ୍ ଆସିପାରେ। ଏଥିପାଇଁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ପଡ଼ିଥାଏ। ଯାହାକୁ ଔଷଧ ଦୋକାନରେ ମୁକିବାଲା କରିବା ସମ୍ଭବ ନୁହେଁ। 

ଉଲ୍ଲେଖଯୋଗ୍ୟ ଯେ ୨୦୨୩ ମସିହାରେ ଯାଜପୁର ଜିଲ୍ଲାରେ ଡାଇରିଆରେ ପୀଡ଼ିତ ୬ବର୍ଷର ଜଣେ ପିଲାକୁ ଔଷଧ ଦୋକାନରେ ୨ଟି ଇଞ୍ଜେକସନ୍‌ ଦିଆଯାଇଥିଲା। ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପସନ୍‌ରେ ଏହି ଇଞ୍ଜେକସନ୍‌ ଦିଆଯାଇଥିବା ବେଳେ ପିଲାଟି ଅଚେତ ହୋଇ ଯାଇଥିଲା। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିଲାକୁ ମୃତ ଘୋଷଣା କରାଯାଇଥିଲା। ଏ ନେଇ ମୃତକଙ୍କ ପରିବାର ଲୋକ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ସେହିପରି ୨୦୨୦ ମସିହାରେ ଢେଙ୍କାନାଳରେ ‌ଏକ ଔଷଧ ଦୋକାନରେ ୨୭ ବର୍ଷର ଜଣେ ଯୁବକ ଡାଏକ୍ଲୋଫିନାକ୍‌ ପେନ୍‌କିଲର ଇଞ୍ଜେକସନ୍‌ ନେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ପରବର୍ତ୍ତୀ ସମୟରେ ପୁଲିସ ସଂପୃକ୍ତ ଦୋକାନକୁ ସିଲ୍‌ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe