ରଥଯାତ୍ରା ସମୟରେ କରୋନା ମୁକାବିଲା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

Advertisment
ରଥଯାତ୍ରା ସମୟରେ କରୋନା ମୁକାବିଲା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଜୁଲାଇ ୧ ତାରିଖରେ ହେବ। ରଥଯାତ୍ରା ପାଇଁ ପ୍ରସ୍ତୁତି ଜ‌ୋରଦାର ଚାଲିଛି। ରାଜ୍ୟ ସରକାର ପୁରୀ ଜିଲ୍ଲା ପ୍ରଶାସନକୁ କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରା ସମୟରେ କୋଭିଡ-୧୯ ପଜିଟିଭ୍‌ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପବିତ୍ର ରଥଯାତ୍ରାରେ ପୁରୀରେ ଲୋକାରଣ୍ୟ ହେବାକୁ ଥିବାରୁ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଏନ୍‌ବି ଧଳ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କୋଭିଡ କେୟାର ସେଣ୍ଟର, ଅକ୍ସିଜେନ ସୁବିଧାଯୁକ୍ତ ବେଡ, ଆଇସିୟୁ  ଓ ଏଚ୍‌ଡିୟୁ ପ୍ରସ୍ତୁତ ରଖିବାକୁ କହିଛନ୍ତି। ଏଥି ସହିତ ଶ୍ରୀ ଧଳ କହିଛନ୍ତି ଯେ, ଯେଉଁ ବ୍ୟକ୍ତିମାନେ କୋଭିଡ ଲକ୍ଷଣ ଦେଖାଯାଉଛନ୍ତି, ରଥଯାତ୍ରା ସମୟରେ ପୁରୀକୁ ନଆସନ୍ତୁ। ସ୍ବତନ୍ତ୍ର ଶିବିର ମାଧ୍ୟମରେ ଲୋକଙ୍କୁ ଦ୍ବିତୀୟ ଡୋଜ୍‌ ଓ ପ୍ରିକ୍ସନ ଡୋଜ ଟିକା ଦେବା ପାଇଁ ସେ କହିଛନ୍ତି। ସେହିଭଳି ନମୁନା ସଂଗ୍ରହ ଓ ପରୀକ୍ଷାକୁ ଗୁରୁତ୍ବ ଦିଆଯିବା ପାଇଁ କୁହାଯାଇଛି। ସୂଚନାଯୋଗ୍ୟ, ସମଗ୍ର ଦେଶ ସମେତ ଓଡ଼ିଶାରେ ମଧ୍ୟ କରୋନା ପଜିଟିଭ୍‌ ସଂଖ୍ୟା ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe