କରୋନା ମୁକାବିଲା ପାଇଁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ : ଶଯ୍ୟା ଓ ଅମ୍ଲଜାନ ମହଜୁଦ ରଖିବାକୁ ନିର୍ଦ୍ଦେଶ

Advertisment
କରୋନା ମୁକାବିଲା ପାଇଁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ : ଶଯ୍ୟା ଓ ଅମ୍ଲଜାନ ମହଜୁଦ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାବେଳେ ଏହାର ମୁକାବିଲା ପାଇଁ ଆଜି ରାଜ୍ୟର ସମସ୍ତ ଜିଲ୍ଲାପାଳ, ସିଡିଏମଓଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ କରୋନାକୁ ମୁକାବିଲା କରିବା ନିମନ୍ତେ ସମସ୍ତେ ପ୍ରସ୍ତୁତ ରହିବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି । ଏହାସହ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଅଧିକ ଶଯ୍ୟା ଓ ଅକ୍ସିଜେନ ସିଲିଣ୍ଡର ମହଜୁଦ କରି ରଖିବାକୁ ନିର୍ଦ୍ଦେଶ ଦେଇଛି।

ସ୍ୱାସ୍ଥ୍ୟ ବିଭାଗର ଏହି ଚିଠିରେ କୁହାଯାଇଛି ଯେ, ରାଜ୍ୟର କୋଭିଡ୍ ରୋଗୀଙ୍କ ପାଇଁ ଆବଶ୍ୟକୀୟ ସଂଖ୍ୟକ ଶଯ୍ୟା ଓ ଅକ୍ସିଜେନ ମହଜୁଦ କରି ରଖାଯାଉ । ତା’ସହ ଆଇସୋଲେନ ବେଡ୍ ମଧ୍ୟ ରୋଗୀଙ୍କ ପାଇଁ ପ୍ରସ୍ତୁତ କରି ରଖାଯାଉ। ସେହିପରି ବିଭିନ୍ନ ଜିଲ୍ଲାରେ ଥିବା ବିଭିନ୍ନ ବେସରକାରୀ ହସ୍ପିଟାଲକୁ ତତକ୍ଷଣାତ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ଚିଠିରେ ଉଲ୍ଲେଖ କରାଯାଇଛି।

ରାଜ୍ୟରେ ଗତ କିଛି ଦିନ ହେଲା ସଂକ୍ରମଣ ବଢିବାରେ ଲାଗିଛି । ଯଦି ସାବଧାନତା ଅବଲମ୍ବନ କରା ନଯାଏ ତେବେ ସ୍ଥିତି ସାଂଘାତିକ ହୋଇଯିବ ବୋଲି ଅନୁମାନ କରାଯାଉଛି । ତେଣୁ ଏପରି ସ୍ଥିତିରେ ସ୍ଥାନୀୟ ଅଂଚଳରେ ଫ୍ଲାଭିପିରାଭିର୍, ରେମଡେସିଭିର ଆଦି ମେଡିସିନ ମହଜୁଦ ରଖିବା ଏବଂ ହୋମ୍ ଆଇସୋଲେସନ, ଏସଓପିକୁ କଡାକଡି ପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତା’ସହ ରାପିଡ୍ ରେସପନ୍ସ ଟିମ୍ ମଧ୍ୟ ବିଭିନ୍ନ ଜିଲ୍ଲାରେ ପ୍ରସ୍ତୁତ ରହିବା ସହିତ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe