କାନ୍ଧ ତଳେ କରୋନା ଟିକା ଦିଆଯିବ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ

କାନ୍ଧ ତଳେ କରୋନା ଟିକା ଦିଆଯିବ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର: କରୋନା ଟିକାକରଣ ପାଇଁ ଆମେ ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଟିକା ଦେବାକୁ ୨୯ ହଜାର କେନ୍ଦ୍ର ରହିଛି, ହେଲେ ପ୍ରଥମ ପର୍ଯ୍ୟାୟରେ ଏତେ କେନ୍ଦ୍ର ଦରକାର ହେବନାହିଁ।  ଟିକାକରଣ କେନ୍ଦ୍ରରେ ସବୁ ବ୍ୟବସ୍ଥା ଠିକ୍ ଅଛି ନା ନାହିଁ, ପ୍ରତୀକ୍ଷାଳୟ, ଟିକାକରଣ ଓ ନିରୀକ୍ଷଣ କକ୍ଷ ଠିକ ଅଛି ନା ନାହିଁ, ତାହା ତଦାରଖ ହେବ ବୋଲି ଡାକ୍ତର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଟିକାକରଣ ଲାଗି ଧାର୍ଯ୍ୟ ପ୍ରକ୍ରିୟା ଅନୁଯାୟୀ, ପ୍ରଥମେ ୱେଟିଂ ରୁମରେ ଟିକା ପାଇବା ଲୋକଙ୍କ ତଥ୍ୟ ଯାଞ୍ଚ ହେବ  ଓ  ତାଙ୍କ ନାଁ ଡାଟାବେସରେ ଅଛି କି ନାହିଁ ତାହା ଖୋଜି ଦେଖାଯିବ। ଏହା ପରେ ବାକି ତଥ୍ୟ ଯାଞ୍ଚ ହୋଇ ଟିକା ଦିଆଯିବ।

publive-image image source-India Whispers

ଟିକା ହାତରେ କାନ୍ଧ ତଳେ ଦିଆଯିବ ଏବଂ ଟିକା ନେବା ପରେ ବ୍ୟକ୍ତିଙ୍କୁ ଅବଜରଭେସନ୍ ରୁମରେ ୩୦ ମିନିଟ୍ ରଖାଯିବ। ପାର୍ଶ୍ୱ ପ୍ରତିକ୍ରିୟା ଦେଖା ନଗଲେ ତାଙ୍କୁ ଛଡ଼ାଯିବ ବୋଲି ବି ସେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୨୮ ହଜାର ୫୦୦ ଜଣଙ୍କ ଡାଟାବେସ୍ ପ୍ରସ୍ତୁତ ହୋଇଛି ବୋଲି ଜଣାଯାଇଛି। ଏଣେ ଚଳିତ ମାସରେ ଟିକା ଓଡ଼ିଶାରେ ପହଞ୍ଚିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe