କରୋନା କାଳରେ ଏଆଇପିଏଚ୍‌ ବିଶ୍ୱବିଦ୍ୟାଳୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ମ୍ୟାନେଜମେଣ୍ଟ ପାଠ୍ୟକ୍ରମର ଶୁଭାରମ୍ଭ

Advertisment
କରୋନା କାଳରେ ଏଆଇପିଏଚ୍‌ ବିଶ୍ୱବିଦ୍ୟାଳୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ମ୍ୟାନେଜମେଣ୍ଟ ପାଠ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : ସମଗ୍ର ଦେଶକୁ କରୋନା କବଳିତ କରିଥିବା ବେଳେ ଏଯାଏ ଏହାକୁ ପ୍ରତିହତ କରିବା ପାଇଁ ଟିକା ବାହାରିନାହିଁ। ଏହି ମହାମାରୀ ସମୟରେ ଏଆଇପିଏଚ ଏକ ଅନନ୍ୟ ବିଶ୍ବବିଦ୍ୟାଳୟ ଭାବରେ ତା’ର ଦାୟିତ୍ବ ନିର୍ବାହ କରିଆସୁଛି। ମହାମାରୀ କାଳରେ ସମୟୋପଯୋଗୀ ପଦକ୍ଷେପ ନେଇ ବିଶ୍ବବିଦ୍ୟାଳୟ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ବିଶ୍ବବିଦ୍ୟାଳୟ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପରିଚାଳନା (ମ୍ୟାନେଜମେଣ୍ଟ) ପାଠ୍ୟକ୍ରମର ଶୁଭାରମ୍ଭ କରିଛି।

କରୋନା ସମୟରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଉଥିବା ତାଲିମପ୍ରାପ୍ତ ଜନସ୍ବାସ୍ଥ୍ୟ କର୍ମଚାରୀ ଓ ଡାକ୍ତରଖାନା ପରିଚାଳନା ଅଧିକାରୀଙ୍କ ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଆମ ଦେଶରେ କର୍ପୋରେଟ ଡାକ୍ତରଖାନା ଗୁଡ଼ିକ ସ୍ବାସ୍ଥ୍ୟସେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ମାତ୍ର ଏଥିରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ତାଲିମପ୍ରାପ୍ତ ହୋଇନଥାନ୍ତି। ଏଥିପାଇଁ ଏସବୁ ଡାକ୍ତରଖାନାମାନଙ୍କରେ ସଠିକ୍‌ ପରିଚାଳନା କରିବା ପାଇଁ ଜନସ୍ବାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା ଗ୍ରହଣ କରିବା ନିହାତି ଜରୁରୀ। ଏହାକୁ ଦୃଷ୍ଟିରେ ରଖି ଏଆଇପିଏଚ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଭିନ୍ନ ପାଠ୍ୟକ୍ରମର ପ୍ରଚଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe