image source-new indian express
ଝାରସୁଗୁଡ଼ା: ବାତ୍ୟା ଅମ୍ଫାନ ଯୋଗୁଁ ଉପକୂଳ ଅଞ୍ଚଳର ୧୨ ଗୋଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି। ଏହି ସବୁ ଜିଲ୍ଲା ମାନଙ୍କରେ ସ୍ୱାସ୍ଥ୍ୟସେବା ପାଇଁ ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ ସଜାଗ ରହିବା ସହିତ ଆବଶ୍ୟକ ପରିମାଣରେ ଔଷଧର ବ୍ୟବସ୍ଥା କରାଯିବାକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି। ବ୍ଲିଚିଂ ପାଉଡର, ଓଆର୍ଏସ୍, ଆଣ୍ଟି ଡାଇରିଆ ସଂରକ୍ଷଣ ରଖିବା ସହିତ ସବୁ ଜିଲ୍ଲା ମୁଖ୍ୟାଳୟରେ ଥିବା ରକ୍ତଭଣ୍ଡାର ଗୁଡ଼ିକରେ ରକ୍ତ ମହଜୁଦ୍ ରଖିବାକୁ ମନ୍ତ୍ରୀ ଦାସ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ମ୍ୟାଲେରୀଆ, ଡେଙ୍ଗୁ, ମିଜିଲସ୍ ଭଳି ସଂକ୍ରାମକ ରୋଗରୁ ମୁକ୍ତ ପାଇଁ ପରିମଳ ବ୍ୟବସ୍ଥାକୁ ଉନ୍ନତ କରିବା ସହିତ ସବୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିଶୋଧନ କରାଯିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ବାତ୍ୟାବନ୍ୟା ପରିସ୍ଥିତି ପରେ ଉପୁଜୁଥିବା ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ସ୍ୱାସ୍ଥ୍ୟ ବିଭାଗ ସଚେତନ ରହିବା ସହିତ ପରାମର୍ଶ ଓ ତଦାରଖ ପାଇଁ ଖୁବ୍ ଶୀଘ୍ର ଏକ ଉଚ୍ଚସ୍ତରୀୟ ମେଡ଼ିକାଲ ଟିମ୍ ଏହି ଅଞ୍ଚଳ ଗସ୍ତରେ ଯିବେ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।
Follow Us