ଝାରସୁଗୁଡ଼ା ବିମାନ ବନ୍ଦର ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ

ଝାରସୁଗୁଡ଼ା ବିମାନ ବନ୍ଦର ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ

ବ୍ରଜରାଜନଗର : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସାକ୍ଷତ କରିବା ସହ ଝାରସୁଗୁଡା ବିମାନ ବନ୍ଦରରେ ଅଧିକ ଉଡାଣ ଓ ବିମାନମାନଙ୍କ ନିୟମିତ ଉଡାଣ ସମେତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ତାଙ୍କ ସହିତ ଲୋକସଭା ସାଂସଦ ସୁରେଶ ପୂଜାରୀ ଓ  ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଉପସ୍ଥିତ ଥିଲେ।

ମନ୍ତ୍ରୀ ଶ୍ରୀ ଦାସ ଦେଇଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଝାରସୁଗୁଡା ଏବେ ଦେଶର କୋଣ ଅନୁକୋଣରୁ ଶିଳ୍ପପତି ଏବଂ ନିବେଶକଙ୍କୁ ଆକର୍ଷିତ କରୁଥିବା ଏକ ଶିଳ୍ପ କେନ୍ଦ୍ରରେ ପରିଣତ ହୋଇ ଥିବାରୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ଗୁରୁତ୍ୱ ବଢିଯାଇଛି। ଏହା ବ୍ୟତୀତ ଦ୍ରୁତ ଶିଳ୍ପାୟନ, ଜିଲ୍ଲାରେ କୋଇଲା ଏବଂ ସମୃଦ୍ଧ ଖଣିଜ ପଦାର୍ଥର ମହଜୁଦ କାରଣରୁ ଆଗାମୀ ବର୍ଷ ମାନଙ୍କରେ ନିବେଶକମାନଙ୍କ ପାଇଁ ଆଉ ଏକ ଆକର୍ଷଣ ବିନ୍ଦୁ ହେବାକୁ ଯାଉଛି। ଦୈନିକ  ଯାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଝାରସୁଗୁଡା -ଭୁବନେଶ୍ୱର ମଧ୍ୟରେ ଆଲିଆନ୍ସ ଏୟାର ଦ୍ୱାରା ଆଉ ଏକ ବିମାନ ଯୋଗାଇବା, ସେହିପରି ଆଲିଆନ୍ସ ଏୟାର ଦ୍ୱାରା ଏଠାରୁ ଦିଲ୍ଲୀ, ମୁମ୍ବାଇ ଏବଂ ବିଶାଖାପାଟନମକୁ ଦୈନିକ ବିମାନ ଯୋଗାଇବା ସହିତ ଅନ୍ୟାନ୍ୟ ବିମାନ ସେବା ଯୋଗାଇବା, ବର୍ଦ୍ଧିତ କାର୍ଯ୍ୟ ଭାରକୁ ଦୃଷ୍ଟିରେ ରଖି ବିମାନ ବନ୍ଦରରେ ଅନୁମୋଦିତ ପଦଗୁଡିକ ପୂରଣ କରିବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe