ଏମ୍ସରେ ଜଗାବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତରଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

Advertisment
ଏମ୍ସରେ ଜଗାବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତରଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଇସିୟୁର ଭେଣ୍ଟିଲେଟରରେ ଥିବା ଜଗା ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଅନୁଧ୍ୟାନ କରିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଆଜି ଏମ୍‌ସ୍‌ ଯାଇ ବରିଷ୍ଠ ଡାକ୍ତରଙ୍କ ସହିତ ଆଲୋଚନା କରିଛନ୍ତି। ଶ୍ରୀ ଜେନା ଏମ୍ସର ନ୍ୟୁରୋଲୋଜି ବିଭାଗର ମୁଖ୍ୟ ଡା. ଅଶୋକ ମହାପାତ୍ର ଓ ଅନ୍ୟ ବରିଷ୍ଠ ଡାକ୍ତରମାନଙ୍କ ସହିତ ଆଲୋଚନା କରି ଦୁଇ ଶିଶୁଙ୍କ ଚିକିତ୍ସା ପାଇଁ ଅଧିକ କଣ କରାଯାଇ ପାରିବ ସେ ସମ୍ପର୍କରେ ପଚାରି ବୁଝିଛନ୍ତି।
ମିଳିଥିବା ଖବର ଅନୁସାରେ, ଦ୍ୱିତୀୟ ପର୍ଯ୍ୟାୟର ଜଟିଳ ଅପରେସନରେ ଦୁଇ ଶିଶୁଙ୍କ ଯୋଡ଼ାମୁଣ୍ଡ ଅଲଗା ହୋଇଛି।ମାତ୍ର ଦ୍ୱିତୀୟ ପର୍ଯ୍ୟାୟ ଅପରେସନର ୬ଦିନ ବିିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବଳିଆର ଚେତା ଫେରିନି। କିନ୍ତୁ ଜଗା ବର୍ତ୍ତମାନ ଡାକ୍ତରମାନଙ୍କ ନିର୍ଦ୍ଦେଶକୁ ରେସ୍‌ପଣ୍ଡ କରୁଛି। ଉଭୟ ଜଗା ବଳିଆଙ୍କ ସ୍ୱାସ୍ଥ୍ୟ ପରିମାପ ବର୍ତ୍ତମାନ ସ୍ଥିର ଥିବା ଜଣାଯାଇଛି। ତେବେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଡା. ପ୍ରତାପ ଜେନା ଏମ୍‌ସର ଡାକ୍ତରମାନଙ୍କୁ ଭେଟି ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe